Latest Odisha News

BREAKING NEWS

ପୁଣି ହ୍ରାସ ପାଇଲା ସୁନାରୂପା ଦର, ଜାଣନ୍ତୁ ବର୍ତ୍ତମାନ କେତେ ରହିଛି ବଜାର ମୂଲ୍ୟ

ନୂଆଦିଲ୍ଲୀ: ପୁଣି ହ୍ରାସ ପାଇଲା ସୁନାରୂପା ଦର । ଶନିବାର ସୁନା ମୂଲ୍ୟ ୧୭୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୩୮ ହଜାର ୩୯୦ ଟଙ୍କାରେ ପହଞ୍ଚିଛି । ଫଳରେ ଗତ ୫ ଦିନ ମଧ୍ୟରେ କ୍ରମାଗତ ଭାବେ ସୁନା ମୂଲ୍ୟରେ ପାଖାପାଖି ହ୍ରାସ ଘଟୁଛି। ଏହା ପୂର୍ବରୁ କେବେ ସୁନା ଦରରେ ଏଭଳି ହ୍ରାସ ଦେଖାଦେଇନଥିଲା।

ଗତ ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କା ହ୍ରାସ ହୋଇଥିଲା। ବୁଧବାର ୨୧୫ ଓ ଗୁରୁବାର ୨୬୯ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ ହୋଇଥିଲା। ସେହିପରି ଶୁକ୍ରବାର ୧୪୦ ଟଙ୍କା ହ୍ରାସ ହୋଇଥିବା ବେଳେ ଶନିବାର ଏହା ପ୍ରତି ୧୦ ଗ୍ରାମକୁ ୧୭୦ ଟଙ୍କା ହ୍ରାସ ଘଟିଛି ।

କେବଳ ସୁନା ନୁହେଁ ରୂପାର ଦର ମଧ୍ୟ ଲଗାଦାର ହ୍ରାସ ଘଟୁଛି । ଆଜି ଏକ କେଜି ରୂପା ମୂଲ୍ୟରେ ୧୨୦ ଟଙ୍କା ପର୍ଯନ୍ତ ଦରହ୍ରାସ ହୋଇଛି। ଫଳରେ ମଙ୍ଗଳବାର ପ୍ରତି କେଜି ୪୭ ହଜାର ୭ଶହ ଟଙ୍କାରେ ବିକ୍ରୟ ହେଉଥିବା ରୂପା ଶନିବାର ୪୭ ହଜାର ୫୮୦ ଟଙ୍କାକୁ ଖସି ଆସିଛି।

Leave A Reply

Your email address will not be published.