Latest Odisha News

BREAKING NEWS

ବିଜେପୁର ଉପ-ନିର୍ବାଚନ ଆଗାମୀ ଅକ୍ଟୋବର ୨୧ରେ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ କମିଶନ ଶନିବାର ଦିନ ଅନେକ ରାଜ୍ୟ ସମେତ ଓଡ଼ିଶାର ବିଜେପୁର ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା ମଧ୍ୟ କରିଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ ।

ସେହିପରି ଭାବେ ଭାରତୀୟ ନିର୍ବାଚନ କମିଶନ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ମହାରାଷ୍ଟ୍ର ଏବଂ ହରିୟାନା ବିଧାନସଭା ନିର୍ବାଚନ ତାରିଖ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍ ଅରୋରା ଘୋଷଣା କରିଛନ୍ତି । ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ଅକ୍ଟୋବର ୨୪ ତାରିଖରେ ମତଗଣନା ହେବ ବୋଲି ନିର୍ବାଚନ କମିଶନ ସୂଚନା ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀଠାରେ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ୍ ଆରୋରା ସାମ୍ବାଦିକ ସମ୍ମୀଳନୀରେ ଘୋଷଣା କରି କହିଛନ୍ତି, ସେପ୍ଟେମ୍ବର ୨୩ରେ ଏହି ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହେବ ।

ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଜେପୁର ଆସନଟି ଛାଡ଼ି ଦେବା ପରେ ଏହା ଖାଲି ପଡ଼ିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବିଧାନସଭା ନିର୍ବାଚରେ ଏକସଙ୍ଗେ ହିଞ୍ଜିଳି ଏବଂ ବିଜେପୁର ପରି ୨ଟି ଆସନରୁ ନିର୍ବାଚନ ଲଢିଥିଲେ । ଉଭୟ ଆସନରେ ବିଜେଡ଼ି ସୁପ୍ରିମୋ ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡ଼ି ଦେଇଥିଲେ ।

 

Leave A Reply

Your email address will not be published.