Latest Odisha News

BREAKING NEWS

ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ନିଷ୍କ୍ରିୟ ରହିଛନ୍ତି – କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ : ଓଡିଶା ଗ୍ରସ୍ତରେ ଆସିଛନ୍ତି  କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।  ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି କଟକ  ଜିଲ୍ଲାରେ  ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ତଥ୍ୟ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ସାରା ଦେଶର କୃଷକ ଉପକୃତ ହେଉଥିବା ବେଳେ ଓଡିଶା କୃଷକମାନେ ମଧ୍ୟ ଉପକୃତ ହୋଇଛନ୍ତି  । ୩ମାସ ପୂର୍ବର ରିପୋର୍ଟ ଅନୁସାରେ ଓଡିଶାର ୪୯ ଲକ୍ଷ ୭୩ ହଜାର କୃଷକ ପ୍ରଧାନମନ୍ତ୍ରୀ କିଶାନ  ସମ୍ମାନନିଧି ଯୋଜନାରେ ଲାଭ ପାଇଥିବାର ମନ୍ତ୍ରୀ ନିତ୍ୟାନନ୍ଦ ସୂଚନା ଦେଇଥିଲେ  । ପ୍ରତେକ କୃଷକ ବର୍ଷକୁ ୬୦୦୦ ଟଙ୍କା ପାଇଥିବା ବେଳେ ଏଥିପାଇଁ ଓଡିଶାକୁ ୭ ହଜାର ୧୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି  । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ଥିବା ବେଳେ ରାଜ୍ୟ ସରକାର ଏଦିଗରେ ନିଷ୍କ୍ରିୟ ରହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ୱଦିକ ମାନେ ଦରବୃଦ୍ଧି ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦରଦାମ ଏକ ବିଶ୍ୱ ସମସ୍ୟା ବୋଲି କପିଥିଲେ   । ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିରୋଧୀ ମାନେ ଦେଶକୁ ଭ୍ରମିତ କରୁଛନ୍ତି ବୋଲି  ଅଭିୟୋଗ ଆଣିଥିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ  ।

Leave A Reply

Your email address will not be published.