Latest Odisha News

ଅକ୍ଟୋବର ୩୧ରୁ ଓଡ଼ିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା

ଭୁବନେଶ୍ୱର :  ଅକ୍ଟୋବର ୩୧ରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ପ୍ରାୟ ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଏହି  ଯାତ୍ରା।  ଏଥିରେ ବିଭିନ୍ନ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ।

ଓଡିଶା ଗସ୍ତରେ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡି ଓ ବିଜେପି କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କଥାରେ ଓଡିଶାର ମୁଖ୍ୟମନ୍ତ୍ରୀ ଉଠ ବସ  ହେଉଥିବାର କହିଛନ୍ତି । ନରେନ୍ଦ୍ର ମୋଦୀ ଯେମିତି କହୁଛନ୍ତି ନବୀନ ପଟ୍ଟନାୟକ ସେମିତି ପରିଚାଳିତ ହେଉଛନ୍ତି । ରାଜ୍ୟରେ ଯଦିଓ ବିଜେଡି-ବିଜେପି ଲଢୁଛନ୍ତି ହେଲେ ଦିଲ୍ଲୀରେ ଏକାଠି ହୋଇଯାଆନ୍ତି ଏହି ଦୁଇ ଦଳ । ବିଜେଡି ସାଂସଦ ମାନେ ମଧ୍ୟ ମୋଦୀଙ୍କ କଥାରେ ଉଠବସ ହେଉଛନ୍ତି ବୋଲି ଜୟରାମ ରମେଶ ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ।

ଏହା ସହିତ କଂଗ୍ରେସର ଭାରତ ଯୋଡ ଯାତ୍ରା ହେଉଥିବାର  କାରଣ ଗୁଡିକ କହିଛନ୍ତି  , ସେଗୁଡିକ ହେଉଛି

୧ ଆରଏସଏସ ଓ ବିଜେପି ନୀତି ଯୋଗୁ ଭାରତ ଭାଙ୍ଗିବାରେ ଲାଗିଛି । ଦରଦାମ ବଢୁଛି, ବେକାରୀ ବଢୁଛି, ଦୁଇ ପୁଞ୍ଜିପତିଙ୍କ ହାତରେ ଦେଶଟେକି ଦେଇଛନ୍ତି ମୋଦୀ  ।

୨ ରାଜନୈତିକ  ଫାଇଦା ପାଇଁ ଧର୍ମ, ଜାତି ନାଁରେ ସମାଜକୁ ବିଭାଜିତ କରାଯାଉଛି  ।

୩ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଚି ହୋଇଛି ମୋଦୀ ସରକାର କ୍ଷମତା ନିଜ ହାତକୁ ନେଇ ଦେଶ ଭାଙ୍ଗୁଛନ୍ତି  ।

ଦେଶକୁ ରକ୍ଷା କରିବାକୁ ୭ ସେପ୍ଟେମ୍ବରରୁ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ କରିଛନ୍ତି। ଏହାସହ ଓଡିଶାରେ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା କରିବାକୁ ଯାଉଛି  । ଓଡ଼ିଶାରେ ଅକ୍ଟୋବର ୩୧ରୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ ହେବ  । ଏହି ଯାତ୍ରା ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରାଯିବ ବୋଲି ଜୟରାମ ରମେଶ ସୂଚନା ଦେଇଛନ୍ତି  । ଓଡିଶା ପରିକ୍ରମାରୁ ପରିବର୍ତ୍ତନ ଆସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ  ।

 

 

 

 

 

Leave A Reply

Your email address will not be published.