Latest Odisha News

BREAKING NEWS

ଦେଶରେ ୧୫ଶହ ପାର କଲା ଓମିକ୍ରନ୍ କେସ୍

ନୂଆଦିଲ୍ଲୀ: ଦେଶରେ ୨୩ ରାଜ୍ୟରେ ପଶିଲାଣି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ନୂଆ ଭାରିଆଣ୍ଟ କେସ୍ ୧୫ ଶହ ପାର କରିଛି । ସାରା ଦେଶରୁ ଚିହ୍ନଟ ହେଲେଣି ୧୫ଶହ ୨୫ ଓମିକ୍ରନ୍ ସଂକ୍ରମିତ । କେବଳ ମହାରାଷ୍ଟ୍ର ଓ ଦିଲ୍ଲୀରୁ ମୋଟ୍ ଆକ୍ରାନ୍ତଙ୍କ ଅଧାରୁ ଅଧିକ ବାହାରିଛନ୍ତି ।

BjdElectrycity

ମହାରାଷ୍ଟ୍ରରୁ ୪୬୦, ଦିଲ୍ଲୀରୁ ୩୫୧ ସଂକ୍ରମିତ ଚିହ୍ନଟ ହେଲେଣି । ଗୁଜରାଟରୁ ୧୩୬, ତାମିଲନାଡୁରୁ ୧୧୭, କେରଳରୁ ୧୦୯ ଜଣ ଓମିକ୍ରନ୍ ଆକ୍ରାନ୍ତ ବାହାରିଛନ୍ତି । ରାଜସ୍ଥାନରେ ୬୯, ତେଲେଙ୍ଗାନାରେ ୬୭, କର୍ଣ୍ଣାଟକରେ ୬୪, ହରିୟାଣାରେ ୬୨କୁ ବୃଦ୍ଧି ପାଇଛି ନୂଆ ଭାରିଆଣ୍ଟ କେସ୍ ।

ଓମିକ୍ରନ୍ କେସ୍ ବଢୁଥିବାରୁ ବିଭିନ୍ନ ରାଜ୍ୟ କଟକଣାକୁ କଡ଼ାକଡ଼ି କଲେଣି । କେଉଁଠି ରାଲି, ସଭା ସମିତି, ଶୋଭାଯାତ୍ରା ଓ ଉପରେ ବ୍ୟାନ୍ ଲାଗିଲାଣି ତ ଆଉ କେଉଁଠି ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ । ଲୋକଙ୍କ ସମାଗମ ଉପରେ ବି ପ୍ରତିବନ୍ଧକ ଜାରି ହେଲାଣି ।

Leave A Reply

Your email address will not be published.