Latest Odisha News

BREAKING NEWS

ରାଗିଂ ନେଇ ମିଳିନି ସୁରାକ୍, ଡାଟା ରିଟ୍ରିଭ୍ ପାଇଁ ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ୍: ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ୧୧ ଦିନ ବିତିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛି । ଏଯାବତ ୧୯୮ ଜଣ ଛାତ୍ରୀଙ୍କ ସହ ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରିଛି ପୋଲିସ । ହଷ୍ଟେଲ, କଲେଜ ଷ୍ଟାଫମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । କିନ୍ତୁ କଲେଜରେ ରାଗିଂ ନେଇ କୌଣସି ସୁରାକ ମିଳି ନାହିଁ । କଲେଜରେ ରାଗିଂ ହେଉଥିବା ନେଇ କେହି ମଧ୍ୟ ସ୍ୱୀକାର କରିନାହାନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ତଦନ୍ତ ବେଳେ ରାଗିଂ ନେଇ ପୋଲିସ କୌଣସି ସୁରାକ ପାଇ ନଥିବାରୁ ମୋବାଇଲ୍ ଡାଟା ରିଟ୍ରିଭ୍ ପାଇଁ ରୁଚିକାଙ୍କ ମୋବାଇଲ୍ ସିଙ୍ଗାପୁର ପଠାଯିବ । ପୋଲିସକୁ କୌଣସି ସୂଚନା ଜଣାଇବାକୁ ଚାହୁଁଥିଲେ ବିଜେବି କଲେଜ ଛାତ୍ରଛାତ୍ରୀ ଦେଇ ପାରିବେ । ନ ଡରି ସୂଚନା ଦେବାକୁ ଡିସିପି କହିବା ସହ ଏକ ଗୁପ୍ତ ନମ୍ବର ଜାରି କରିଛନ୍ତି । କଲେଜର ଆଣ୍ଟି ରାଗିଂ ସେଲକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଡିସିପି କହିଛନ୍ତି ।

ଜୁଲାଇ ୨ ତାରିଖରେ ବିଜେବି କଲେଜ ଛାତ୍ରୀ ନିବାସରେ ଯୁକ୍ତ ୩ ପ୍ରଥମ ବର୍ଷ କଳା ବିଭାଗର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ତାଙ୍କ ରୁମରୁ ମିଳିଥିଲା ସୁଇସାଇଡ୍ ନୋଟ୍ । ଯେଉଁଥିରେ ଲେଖାଥିଲା ୩ ଜଣ ସିନିୟର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରୁଛି । ତେବେ କିଏ ସେହି ୩ ଜଣ ସିନିୟର ଛାତ୍ରୀ ? ପୋଲିସର ତଦନ୍ତ, ଏକାଧିକ ଜଣଙ୍କୁ ଜେରା ପରେ ବି କୌଣସି ସୁରାକ୍ ମିଳି ପାରିନାହିଁ ।

Leave A Reply

Your email address will not be published.