Latest Odisha News

BREAKING NEWS

ଆଜି ଆସିଲା ପ୍ରଥମ ପର୍ଯ୍ୟାୟ ସିୟୁଇଟି ଆଡମିଟ କାର୍ଡ; ଜୁଲାଇ ୩୧ରେ ଦ୍ଵିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଚଳିତ ମାସ ୧୫ ଏବଂ ଅଗଷ୍ଟ ୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେବ ସିୟୁଇଟି ପରୀକ୍ଷା । ପ୍ରଥମ ଭାଗ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆଜି ଠାରୁ ସାଇଟରେ ଅପଲୋଡ କରାଯାଇଛି ।

ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆସନ୍ତା ୩୧ ତାରିଖରୁ ଆଡମିଟ କାର୍ଡ ବଣ୍ଟନ ହେବ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦେଶ କୁମାର ସୂଚନା ଦେଇଛନ୍ତି । ଯେଉଁମାନେ ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ଦେବେ ସେମାନେ ଆସନ୍ତା ୩୧ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ମଙ୍ଗଳବାର ୟୁଜିସି ଅଧ୍ୟକ୍ଷ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ସିୟୁଇଟି ପରୀକ୍ଷାକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା । ବିଜ୍ଞପ୍ତି ଆସିବା ଦିନ ଠାରୁ ଏହାକୁ କିଛି ରାଜ୍ୟ ବିରୋଧ କରିଆସିଛନ୍ତି । ସିୟୁଇଟି ପରୀକ୍ଷାକୁ ଏନସିଇଆରଟି ଢ଼ାଞ୍ଚାରେ ନ କରେଇବାକୁ ଅନେକ ରାଜ୍ୟ ଏବଂ ଶିକ୍ଷାବିତ୍ ଓ ଶିକ୍ଷା ଅଧିକାର କର୍ମୀ ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଏହି ବିରୋଧ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ । ଏନସିଇଆରଟି ଢ଼ାଞ୍ଚାରେ ସିୟୁଇଟି ପରୀକ୍ଷାକୁ ବିରୋଧ କରି ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କୁ ଏହି ବ୍ୟବସ୍ଥା ଉଚ୍ଛେଦ କରିବାକୁ ଚିଠି ଲେଖିଥିଲେ ।

Leave A Reply

Your email address will not be published.