Latest Odisha News

BREAKING NEWS

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ୟୁନିଟ୍‌-୨ର ମାର୍କେଟ ବିଲ୍ଡିଂରେ ଗତ ଜାନୁଆର ୧୦ ତାରିଖ ସନ୍ଧ୍ୟାରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ ଶନିବାର ଦିନ ଗଜପତି ଜିଲ୍ଲାରୁ ଗିରଫ କରାଯାଇଛି ।

ଏନେଇ ଟ୍ୱିଟ୍ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ପୂର୍ବରୁ ଏହି ମାମଲାରେ ୩୨ ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁଥିରେ ଜଣେ ଡିସିପିଙ୍କ ପୁଅ ସହ ୧୬ ଜଣ ନାବାଳକ ମଧ୍ୟ ରହିଥିଲେ ।

ଉଲ୍ଲେଖଯୋଗ୍ୟ, ଗତକାଲି ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ୧୦୦ଟି ଦୋକାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ମୁହଁରେ ମୁଖା ପିନ୍ଧିଥିବା ଏହି ଯୁବକମାନେ ଦୋକାନୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଦୋକାନମାନଙ୍କରୁ ଜିନିଷପତ୍ର ଲୁଟ୍ ତରାଜ କରିବାକୁ ଲାଗିଥିଲେ ।

Leave A Reply

Your email address will not be published.