Latest Odisha News

BREAKING NEWS

[ଭିଡିଓ] ଦିଲ୍ଲୀ ଲୋକସଭାରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଜଗନ୍ନାଥ ମନ୍ଦିରର ରକ୍ଷା କରିବା ଆମ ସମସ୍ତଙ୍କର ସାମୁହିକ କର୍ତ୍ତବ୍ୟ କହିଲେ ସାଂସଦ

ଦିଲ୍ଲୀ : ଦିଲ୍ଲୀ ଲୋକସଭା ଭବନରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ଭୁବନେଶ୍ୱର  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ଏହି ସମୟରେ ଅପରାଜିତା କହିଛନ୍ତି ସମସ୍ତଙ୍କୁ ଜଣା ଜଗନ୍ନାଥ ଧାମ ଚାରିଧାମରୁ ଗୋଟିଏ ଧାମ ।ଆମ ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଜଗନ୍ନାଥ ଧାମ । ଏହି ଜଗନ୍ନାଥ ମନ୍ଦିରର ରକ୍ଷା କରିବା ଆମ ସମସ୍ତଙ୍କର ସାମୁହିକ କର୍ତ୍ତବ୍ୟ ବୋଲି କହିଥିଲା ।

ତା ସହ ଏହି ସଂସଦରେ ୧୯୫୮ରେ ଏକ ଆକ୍ଟ ପାସ କରାଯାଇଥିଲା । ଏହି ଆକ୍ଟର ନା ଥିଲା ଆନସର ଆକ୍ଟ ୧୯୫୮  । ଏହି ଆକ୍ଟ ଅନୁସାରେ କୌଣସି ଐତିହାସିକ ସ୍ଥଳର ଶହେ ମିଟର ପିରିଧି ଭିତରେ କୌଣସି ବି ନୂଆ ନିର୍ମାଣ କାମ କରିବା ଉଚିତ ନୁହେଁ ।ବା ହେଇ ପାରିବ ନାହିଁ । ଦୁଇ ଶହ ମିଟର ଭିତରେ ଯେଉଁ ସୀମା ରହିଛି ତାକୁ ରେଗୁଲେଟେଡ ଏରିଆ କୁହାଯାଏ ।ଏହି ଅଞ୍ଚଳରେ ଯଦି କୌଣଶି ନିର୍ମାଣ କାମ ହେବ ।ତେବେ ଏଥିରେ ନ୍ୟାସନାଲ ମନ୍ୟୁମେନ୍ସ ଅଥୋରିଟିର ଅନୁମତି ନେବାକୁ ପଡିଥାଏ ।

ଲୋକସଭା ସ୍ପିକରଙ୍କୁ ସାଂସଦ ଅପରାଜିତା  କହିଛନ୍ତି ।ମହାଶୟା ଆପଣକୁ ଶୁଣକି ଦୁଃଖ ଲାଗିବ କି । ଓଡିଶା ସରକାର ପ୍ରୋହିବିଟେଡ ଓ ରେଗୁଲେଟେଡ ଏରିଆରେ ବ୍ୟାପକ ଖୋଳାଖୋଳି କରୁଛନ୍ତି ।ଏଥିପାଇଁ ଶ୍ରୀମନ୍ଦିର ଏସଆଇ ଓ ଏନଏମର ଅନୁମତି ସରକାର ନେଇ ନାହାନ୍ତି । ବିକାଶ ଓ ସୌନ୍ଦର୍ଯ୍ୟ କରଣ କାମକୁ ଆମେ ସମର୍ଥନ କରୁଛୁ । ହେଲେ ଆଇନକୁ ଉଲ୍ଲଙ୍ଘନ କରି ମନ୍ଦିରକୁ କ୍ଷତି ପହଁଞ୍ଚାଇବା ଭଳି କାମ ବନ୍ଦ ହେବା ଦରକାର ବୋଲି ସାଂସଦ କହିଛନ୍ତି ।

ଜଗନ୍ନାଥ ମନ୍ଦିର ଯେତେବେଳେ କାମ ଆରମ୍ଭ ହେଲା । ସେ ସମୟରେ ଏକ କମିଟି ଗଠନ କରାଗଲା । ସେଥିରେ ଏଏସଆଇକୁ ରଖାଗଲା ନାହିଁ । ଏହା ଆଶ୍ଚର୍ଯ୍ୟର କଥା । ଏପରି କାମ କେମିତି ହୋଇପାରିବ ବୋଲି ଅପରାଜିତା କହିଛନ୍ତି । ଗ୍ରାଉଣ୍ଡ ସର୍ଭେ ମଧ୍ୟ ହୋଇନାହିଁ । ଆମକୁ ଜଗନ୍ନାଥ ମନ୍ଦିରର ସୁରକ୍ଷା ଚିନ୍ତା ।

ସାଢେ ଚାରିକୋଟି ଓଡିଶା ବାସୀଙ୍କ ଭାବନାର ପ୍ରଶ୍ନ ।ମୁଁ ଆପଣଙ୍କ ମାଧ୍ୟମରେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ଏହି ବିଷୟରେ ହସ୍ତ କ୍ଷେପ କରନ୍ତୁ । ଆମର ଅନୁରୋଧ ବିକାଶ କାମ ହେଉ ଆମେ ଏହାକୁ ସ୍ୱାଗତ କରୁଛୁ ।ହେଲେ ଆଇନର ସୀମା ଭିତରେ ହେଉ ବୋଲି ଲୋକସଭାରେ ଅପରାଜିତା ଷଡଙ୍ଗୀ କହିଥିଲେ ।

Leave A Reply

Your email address will not be published.