Latest Odisha News

BREAKING NEWS

ବିଧାନସଭାରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

ତୈଳ ଦର ନିୟନ୍ତ୍ରଣ କରନ୍ତୁ ସରକାର

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭା ଶେଷ ଦିନ ଅଧିବେସନରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା । ଦେଶରେ ଯେଉଁଭଳି ଭାବେ ଦରଦାମ ବୃଦ୍ଧି ହେଉଛି ସରକାର ତାକୁ ତୁରନ୍ତ ନିୟନ୍ତ୍ରଣ କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।ଯେଉଁଭଳି ଭାବେ ତେଲ ଦର ବଢୁଛି ତୁରନ୍ତ ସରକାର ନିୟନ୍ତ୍ରଣକୁ ଆଣନ୍ତୁ।

ନଚେତ ଆଗାମୀ ଦିନରେ  ନିଆଁ ଜଳିବ ବୋଲି କହିଛନ୍ତି ନରସିଂହ ମିଶ୍ର । ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ଭୁବନେଶ୍ୱରର ୧୦୭ ଟଙ୍କା ଏବଂ ଡିଜେଲ ଦାମ ୯୭ ଟଙ୍କାରେ ପହଁଞ୍ଚିଲାଣି । ରାଜ୍ୟ ସରକାର ପେଟ୍ରୋଲ ଉପରୁ ୨୮ ପ୍ରତିଶତ ଭ୍ୟାଟ ଓ ଡିଜେଲ ଉପରୁ ୨୪ ପ୍ରତିଶତ ଭ୍ୟାଟ ନେଉଛନ୍ତି ।

ଦରଦାମ ବୃଦ୍ଧି ଅହେତୁକ ହେଉଛି ଆଗକୁ ସମସ୍ତଙ୍କ ଚଳିବା କଷ୍ଟକର ହୋଇଯିବ ବୋଲି ସାୁଲଜା କହିଥିଲେ । ରାଜ୍ୟ ସରକାର ପେଟ୍ରୋଲ ଉପରୁ ଭ୍ୟାଟ ହ୍ରାସ କରନ୍ତୁ ବୋଲି ନରସିଂହ ମିଶ୍ର  କହିଛନ୍ତି ।ଏନେଇ ତାରା ବାହିନୀପତି ମଧ୍ୟ କହିଛନ୍ତି ସରକାର ଦିନକୁ ଦିନ ପେଟ୍ରୋଲି ଡିଜେଲ ରେଟ ବୃଦ୍ଧି କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.