ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତା ବଚ୍ଚନଙ୍କ ଝିଅ ନବୟା ନାଭେଲି ନନ୍ଦା ଏବେ ବେଶ୍ ଚର୍ଚ୍ଚାରେ । ଏବେ ଏକ ଫ୍ୟାଶନ ଶୋରେ ଶ୍ୱେତା ଓ ନବୟାଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କୁ ଷ୍ଟାଇଲିସ୍ ଲୁକ୍ରେ ଦେଖିବାକୁ ମିଳିଥିଲା । ଡିଜାଇନର୍ ଆବୁ ଜାନି ଏବଂ ସନ୍ଦୀପ ଖୋସ୍ଲାଙ୍କ ଦ୍ୱାରା ଏହି ଫ୍ୟାଶନ ଶୋ ଆୟୋଜିତ ହୋଇଥିଲା । କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଅନୁଷ୍ଠିତ ଏହି ଫେଶନ ଶୋ’ରେ ରାମ୍ପରେ ଚାଲିଥିଲେ ଶ୍ୱେତା ଓ ତାଙ୍କ ଝିଅ ନବୟା । ଡ଼ିଜାଇନର ଆବୁ ଏବଂ ସନ୍ଦୀପ ହେଉଛନ୍ତି ବଚ୍ଚନ ପରିବାରର ଫ୍ୟାମିଲ ଡ଼୍ରେସ ଡ଼ିଜାଇନର । ଏହି ଶୋରେ ପିନ୍ଧିଥିବା ପୋଷାକକୁ ମଧ୍ୟ ସେମାନେ ଡ଼ିଜାଇନ କରିଥିଲେ । ଏଥିରେ ଶ୍ୱେତା ବଚ୍ଚନ ଏକ ହାଲ୍କା ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିଲେ । ତା ସାଙ୍ଗକୁ ସ୍ଲିଭ ଲେସ୍ ବ୍ଲାଉଜ ତାଙ୍କୁ ବେଶୀ ଷ୍ଟାଇଲ୍ସ ଲୁକ୍ ଦେଇଥିଲା । ସେହିପରି ନବୟା ମଧ୍ୟ ଶାଢୀରେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ହାଲକା ଗୋଲାପୀ ରଙ୍ଗର ଶାଢୀ ଓ ସ୍ଲିଭ୍ ଲେସ ବ୍ଲାଉଜ ପିନ୍ଧିଥିଲେ, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା । ସେମାନଙ୍କର ଷ୍ଟାଇଲ ଦେଖି ମା ଓ ଝିଅଙ୍କୁ ଦୁଇ ଭଉଣୀ ବୋଲି ଲୋକେ କହିବାକୁ ପଛାଇ ନ ଥିଲେ ।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite internet rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !
- ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତୀୟ ପୁରୁଷ ହକି ଦଳର ନଜର

Comments are closed.