Latest Odisha News

BREAKING NEWS

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଥିବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ପ୍ରଶଂସକ ଅପେକ୍ଷା କରିଛନ୍ତି। ଏବେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଗୁଜବରେ ବିଶ୍ୱାସ ନକରିବାକୁ ଦିପୁ ଶ୍ରୀବାସ୍ତବ ତାଙ୍କ ଭାଇଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ବ୍ରେନରେ ପାଣି ଜମିଥିବାରୁ ତାଙ୍କ ବ୍ରେନ ଆଉ କାମ କରୁନି ବୋଲି ସୂଚନା ରହିଛି। ଏବେ ରାଜୁ ଶ୍ରୀବାସ୍ତବଙ୍କ ନିଃଶ୍ୱାସ ପ୍ରଶ୍ୱାସ ଚାଲୁଛି । କିନ୍ତୁ ଶରୀରର ବାକି ଅଙ୍ଗ କାମ କରୁନାହିଁ । ଏପରି ସ୍ଥିତି ଭିତରେ ଡାକ୍ତରୀ ଟିମ କିନ୍ତୁ ତାଙ୍କ ଚିକିତ୍ସା ଜାରି ରଖିଥିବା ସୂଚନା ରହିଛି। କିନ୍ତୁ ସୋଶିଆଲ ମିଡିଆରେ ଏହାକୁ ନେଇ ଏପରି କିଛି ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ରାଜୁଙ୍କର ଦେହାନ୍ତ ହୋଇଛି ବୋଲି ଉଲ୍ଲେଖ ରହିଛି। ପରେ ଏପରି ଖବରକୁ ଗୁଜବ ବୋଲି ରାଜୁଙ୍କ ସାନ ଭାଇ ଦୀପୁ ଶ୍ରୀବାସ୍ତବ କହିଛନ୍ତି।

ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ କହିଛନ୍ତି, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଡାକ୍ତର ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ଉପରେ ପୂରା ଭରସା ରହିଛି। ରାଜୁଙ୍କୁ ତାଙ୍କ ପ୍ରଶଂସକ ମାନେ ଖୁବଶୀଘ୍ର ଦେଖିବେ।

ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ପରେ ଅଗଷ୍ଟ ୧୦ରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିମରେ ବ୍ୟାୟାମ ସମୟରେ ଛାତିରେ ଯନ୍ତ୍ରଣା ହେବାପରେ ପଡ଼ିଯାଇଥିଲେ। ତାଙ୍କ ପ୍ରଶିକ୍ଷକ ତାଙ୍କୁ ଡାକ୍ତରଖାନା ନେଇଥିଲେ। ରାଜୁ ଶ୍ରୀବାସ୍ତବ ହୃଦଘାତ ସମୟରେ କିଛି ରାଜ୍ୟ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ଥିଲେ। ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରି ୫୮ ବର୍ଷିୟ ଏହି କଳାକାର ପଡିଯାଇଥିଲେ। ସେହି ଦିନ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା।

Leave A Reply

Your email address will not be published.