Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ହେବ ଇଣ୍ଡିଆନ ଗ୍ରାଁ ପ୍ରି ୩ ଏବଂ ୪

ଭୁବନେଶ୍ୱର: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ଦି ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ୩ ଏବଂ ୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ମେ ୨୧ ଓ ୨୪ରେ ଆୟୋଜିତ ହେବ । ଓଡିଶା ସରକାର, ଭାରତୀୟ ଆଥଲେଟିକ୍ସ ଫେଡେରେଶନ ଓ ଓଡିଶା ଆଥଲେଟିକ୍ସ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତର ଟପ ଆଥଲେଟମାନେ ଏଥିରେ ଅଂଶଗ୍ରହଣ କରିବେ । ଓଡିଶାର ଧାବିକା ରାଣୀ ଦୂତି ଚାନ୍ଦ ଏହି ଇଭେଂଟରେ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ନିକଟରେ ହାଙ୍ଗଝୋଉରେ ହେବାକୁ ଥିବା ୨୦୨୨ ଏସିଆନ ଗେମ୍ସକୁ କରୋନା ମହାମାରୀ ଯୋଗୁ ଘୁଂଚାଇ ଦିଆଯାଇଛି । ଫଳରେ ଭୁବନେଶ୍ୱରରେ ହେବାକୁ ଥିବା ଏହି ୨ଟି ଗ୍ରାଁ ପ୍ରି ଆଥଲେଟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଏଥିରେ ପ୍ରଦର୍ଶନକୁ ଭିତି କରି ଜୁଲାଇ ୨୪ରୁ ହେବାକୁ ଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆଥଲେଟ ଚୟନ କରାଯିବ ।

Leave A Reply

Your email address will not be published.