Latest Odisha News

ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ବିଜାପୁର: ଛତିଶଗଡ ବିଜାପୁରରେ ମାଓବାଦୀ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି । ଆଜି ଚାଲିଥିବା ସର୍ଚ୍ଚ ଅପରେସନରେ ଆଉ ୨ ଜଣ ସହିଦ ଯବାନଙ୍କ ମରଶରୀର ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଛତିଶଗଡ ପୋଲିସ ଅଧିକାରୀ । 
ସେପଟେ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି, ଦେଶ ଯବାନଙ୍କ ବଳିଦାନକୁ କେବେବି ଭୁଲି ପାରିବ ନାହିଁ । ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ଗଭୀର ଦୁୁଃଖର ବିଷୟ । ସହିଦ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । 
ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ୩୧ ଜଣ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
Leave A Reply

Your email address will not be published.