Latest Odisha News

BREAKING NEWS

ଆଉ ନାହାଁନ୍ତି ବର୍ଷିଆନ ଅଭିନେତ୍ରୀ ଶଶିକଳା

ନୂଆଦିଲ୍ଲୀ: ବଲିଉଡର ବର୍ଷିଆନ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୭୦ ଦଶକରେ ସେ ବଲିଉଡରେ ଅନେକ ଫିଲ୍ମରେ ହିରୋଇନ୍ ଏବଂ ଭିଲେନ୍ ଭୂମିକାରେ ନଜର ଆସିଥିଲେ । 

୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଶଶିକଳା ଅଗଷ୍ଟ ୪ରେ ସୋଲେପୁରରେ ଜନ୍ମଗ୍ରହଣ କରିଥିଲେ । ବଲିଉଡର ଆଗଧାଡିର ଅଭିନେତା ସଲମାନ ଖାନ, ଅକ୍ଷର କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଶଶିକଳା ଅଭିନୟ କରିଛନ୍ତି । 

ନିଖୁଣ ଅଭିନୟ ପାଇଁ ୨୦୦୭ ମସିହାରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ଶ୍ରେଷ୍ଠ ସହ-କଳାକାର ଭାବେ ୨ ଥର ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଛନ୍ତି । ୨୦୦୯ ମସିହାରେ ଜୀବନ ବ୍ୟାପି ସାଧନା ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ମଧ୍ୟ ପାଇଛନ୍ତି ଶଶିକଳା ।

 

Leave A Reply

Your email address will not be published.