ମୁମ୍ବାଇ: ଷ୍ଟାର୍ ସନ୍ ସନି ଦେଓଲଙ୍କ ପୁଅ କରନ୍ ଦେଓଲଙ୍କ ଡ଼େବ୍ୟୁ ଫିଲ୍ମ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଶୁକ୍ରବାର ଦିନ ପ୍ରେକ୍ଷାଳୟମାନଙ୍କରେ ରିଲିଜ୍ ହୋଇଛି । ଅଶୀ ଦଶକରେ ସନୀ ଦେଓଲଙ୍କ ଡ଼େବ୍ୟୁ ଫିଲ୍ମ ‘ବେତାବ୍’ ଯେପରି ବଲିଉଡ଼ରେ ଝଡ଼ ସୃଷ୍ଟି କରିପାରିଥିଲା କରନଙ୍କ ‘ପଲ୍ ପଲ୍ ଦିଲ୍ କେ ପାସ୍’ କ’ଣ ସେହିପରି ତାଙ୍କୁ ଏକ ଲୋକପ୍ରିୟ ଅଭିନେତା ଭାବେ ପରିଚୟ ଦେଇପାରିବ? ଶୁକ୍ରବାର ୪ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଦର୍ଶକ କରନଙ୍କ ଏହି ଫିଲ୍ମକୁ ଅଧିକ ପସନ୍ଦ କରିଥିବା ଜଣାପଡ଼ିଛି ।
ଫିଲ୍ମରେ ଅଭିନେତ୍ରୀ ସହର୍ ବାମ୍ବା ମଧ୍ୟ ଏହି ଫିଲ୍ମଟିର ରିଲିଜ୍ କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଫିଲ୍ମଟିରେ କରନ ଦେଓଲ୍ ଓ ସହର୍ ବାମ୍ବାଙ୍କ ବ୍ୟତୀତ ସଚିନ୍ ଖେଡ଼େକର, ଆକାଶ ଆହୁଜା ଏବଂ ସିମୋନ୍ ସିଂହ ଅଭିନୟ କରିଛନ୍ତି ।
ଫିଲ୍ମଟିର ନିର୍ଦ୍ଦେଶନା ନିଜେ ସନି ଦେଓଲ୍ ଦେଇଛନ୍ତି ।
ସନିଙ୍କ ବାପା ମେଗାଷ୍ଟାର୍ ଧର୍ମେନ୍ଦ୍ରଙ୍କ ଅଭିନୀତ ୧୯୭୩ ମସିହା ଚଳଚ୍ଚିତ୍ର ବ୍ଲାକମେଲର ଏକ ଗୀତ ପଲ୍ ପଲ୍ ଦିଲ୍ କେ ପାସ ଗୀତଟିକୁ ଫିଲ୍ମ ଟାଇଟଲ୍ ରଖିଛନ୍ତି ସନି ।
ଏହି ରୋମାଣ୍ଟିକ୍ ସିନେମାର ନିର୍ଦ୍ଦେଶନା ଦେବାକୁ ଯାଇ ସନି ନିଜର ଫିଲ୍ମ ବେତାବ୍ କୁ ମନେ ପକାଇଛନ୍ତି ।
ମନଛୁଆଁ ରୋମାଣ୍ଟିକ୍ ଡ଼ାଇଲଗ୍ ଏବଂ କେତେକ ସୁନ୍ଦର ମ୍ୟୁଜିକ୍ ର ଗୀତ ଗୁଡ଼ିକୁ ନେଇ ଏହି ଫିଲ୍ମଟିକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।