Latest Odisha News

BREAKING NEWS

ସ୍ୱର୍ଗଦ୍ୱାରରୁ ଅପସାରିତ ହେବ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ

ପୁରୀ: ଗତ ଦୁଇ ଦଶନ୍ଧି ଧରି ପୁରୀ ସ୍ୱର୍ଗଦ୍ୱାରରେ ନିର୍ମିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ସ୍ଥାନାନ୍ତରୀତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ସ୍ଥାନୀୟ କୋର୍ଟ ଏହି ସମାଧିସ୍ଥଳଟିକୁ ସ୍ୱର୍ଗଦ୍ୱାରରୁ ଅପସାରଣ କରିବାକୁ ୨୦୧୪ରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଏନେଇ ପୁରୀର ୫ ଜଣ ବାସିନ୍ଦା ଅଦାଲତରେ ଏକ ପିଟିସନ୍ ଦାୟର କରିଥିଲେ । ସେମାନେ ହେଲେ – ରମେଶ ପ୍ରସାଦ ସିଂହ, ବିକାଶ କୁମାର ଶତପଥୀ, ମନୋଜ କୁମାର ଦାସ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ଶୁଭ୍ରାଂସ ମହାନ୍ତି ।

ପୁରୀ ସିଭିଲ୍ ଜଜ୍ ଡ଼ିସେମ୍ବର ୨୭ତାରିଖ ୨୦୧୪ରେ ଏହି ସମାଧିସ୍ଥଳ ସ୍ୱର୍ଗଦ୍ୱାରରୁ ୩ମାସ ମଧ୍ୟରେ ଅପସାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୨୦୧୫ରେ ଏହି ମାମଲାକୁ ଅଦାଲତ ସ୍ଥଗିତ ରଖିଥିଲେ ।

Leave A Reply

Your email address will not be published.