Latest Odisha News

BREAKING NEWS

ଲଦାଖରେ ଥଣ୍ଡା ସହି ପାରୁ ନାହାନ୍ତି ଚୀନ ସେନା

ଲଦାଖ: ଲଦାଖର ପୂର୍ବ ସେକ୍ଟରରେ ଏବେ ବି ଭାରତ-ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଭାରତୀୟ ସେନା ଲଦାଖର ହାଡଭଙ୍ଗା ଶୀତକୁ ଖାତିର ନ କରି ସୀମା ଜଗି ରହିଛନ୍ତି । ବର୍ତମାନ ସେଠାରେ ବରଫ ପଡୁଥିବାରୁ ଚୀନ ସେନାଙ୍କୁ ପ୍ରତି ୨୪ ଘଂଟାରେ ରୋଟେଶନ କରିବାକୁ ବାଧ୍ୟ ହେଉଛି । ଭାରତୀୟ ସେନା ଦୀର୍ଘଦିନ ଧରି ଏହି ପରିବେଶ ସହ ଅଭ୍ୟସ୍ତ ହୋଇଥିବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତି ।

ଚୀନ ସମସ୍ତ ପ୍ରକାର ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି । ନିଜ ସୀମା ସୁରକ୍ଷା ପାଇଁ ଭାରତ ବାଧ୍ୟ ହୋଇ ସତର୍କତାର ସହ ଜଗିରହିଛି । ଏପ୍ରିଲ ପରଠାରୁ ଉଭୟ ଦେଶ ୬୦ ହଜାର ପାଖାପାଖି ସେନା ସୀମାରେ ମୁତୟନ କରିଥିଲେ । ଆଗକୁ ଆହୁରି ଅଧିକ ଥଣ୍ଡା ପ୍ରବାହ ହେବାକୁ ଥିବାରୁ ଉଭୟ ଦେଶ କେଉଁ ରଣନୀତି ଆପଣାଉଛନ୍ତି ସେଥିପ୍ରତି ସୁରକ୍ଷା ବିଶେଷଜ୍ଞଙ୍କ ନଜର ରହିଛି ।

Leave A Reply

Your email address will not be published.