Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ଚାମ୍ପିୟନ ହେବା ପରେ ଅବସର ନେଲେ ୱାଟଲିଂ

ସାଉଥାମ୍ପଟନ: ଭାରତକୁ ୮ ଉଇକେଟରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ହାସଲ କରିଛି । ଏହି ଖୁସିର ବାତାବରଣ ମଧ୍ୟରେ ଦଳର ସିନିୟର ଉଇକେଟକିପର ବିଜେ ୱାଟଲିଂ କ୍ରିକେଟକୁ ଅଲବିଦା କହିଛନ୍ତି । କ୍ୟାରିୟରର ଶେଷ ମ୍ୟାଚରେ ସେ ୧ ରନ କରିଥିଲେ । ୱାଟଲିଂ ନ୍ୟୁଜିଲାଣ୍ଡ ପକ୍ଷରୁ ଉଇକେଟକିପର ଭାବେ ସର୍ବାଧିକ ୬୭ ଟେଷ୍ଟ ମ୍ୟାଚ ଖେଳିବାରେ ଆଡାମ ପାରୋରେଙ୍କ ସହ ସମକକ୍ଷ ହୋଇଛନ୍ତି ।

ସେ ୭୪ ଟେଷ୍ଟରେ ୩୭୮୯ ରନ ସଂଗ୍ରହ କରିଛନ୍ତି । ଉଇକେଟକିପର ଭାବେ ସେ ୬୭ ଟେଷ୍ଟରୁ ୩୩୯୮ ରନ କରି ଦେଶର ଟପ ସ୍କୋରର ହୋଇଛନ୍ତି । ଇଂଲଣ୍ଡ ବିପକ୍ଷରେ ୨୦୫ ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର । ସେ ଓଭରାଲ ୨୬୫ ଡିସମିସାଲ କରିଛନ୍ତି ।

Leave A Reply

Your email address will not be published.