Latest Odisha News

BREAKING NEWS

ଆଚରଣ ବିଧି ଉଲ୍ଲଂଘନ… ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେପି ଓ ବିଜେଡି

ଭୁବନେଶ୍ୱର: ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡିଶାରେ ଜୋରଦାର ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ପରସ୍ପରକୁ କାଦୁଅ ଫୋପାଡିବାରେ ଲାଗିଛି ବିଜେପି ଓ ବିଜେଡି । ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । କୋଭିଡ ନିୟମ ଓ ନିର୍ବାଚନ ଆଇନ୍ ଉଲ୍ଲଂଘନକୁ ନେଇ ଆଜି ବିଜେପି ଓ ବିଜେଡି ନିର୍ବାଚନ କମିଶନରଙ୍କ ନିକଟରେ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଗୋଟିଏ ପଟେ ବିଜେଡିକୁ ବିଜେପି ସିଧାସଳଖ ଆକ୍ଷେପ କରିଛି । ଅନ୍ୟପଟେ ଶାସକ ଦଳ ବିରୋଧରେ ବିଜେପି ଏକାଧିକ ଅଭିଯୋଗ ଆଣିଛି । ହୋର୍ଡିଂ ମାରି ଶାସକ ଦଳର ମୁଖିଆ ଆତ୍ମପ୍ରଚାର କରୁଥିବାବେଳେ ତାଙ୍କ ଦଳର ନେତା ହଜାରେ ନିୟମ ଭାଙ୍ଗୁଛନ୍ତି ହେଲେ ସରକାରଙ୍କୁ ଦେଖାଯାଉ ନାହିଁ । ରାଜ୍ୟ ସରକାର କେବଳ ଅନ୍ୟକୁ ଦୋଷ ଦେଇ ଖସିଜିବାକୁ ଚେଷ୍ଟା କରୁଥିବା କହିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।

ଉଭୟ ବିଜେପି ଓ ବିଜେଡିର ଅଭିଯୋଗକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ନିଜନିଜର ପତିଆରା ଜାହିର କରିବାକୁ ସମସ୍ତ ଦଳ ଅଣ୍ଟା ଭିଡିଛନ୍ତି । ଏପରି ସ୍ଥିତିରେ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ସହ ଭାରସାମ୍ୟ ରକ୍ଷା କରି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କେତେଦୂର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Comments are closed, but trackbacks and pingbacks are open.