Latest Odisha News

BREAKING NEWS

ନୂଆପଡାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଡଲି ମାଝୀ

ନୂଆପଡା : ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଡଲି ମାଝୀଙ୍କ ନାଁରେ ମୋହର ଲାଗିଛି । ଲଗାତାର ଚତୁର୍ଥ ପାଇଁ ଜିଲ୍ଲା ପରିଷଦ ଆସନ ଦଖଲ କରିଛି ବିଜେଡି । ଆଜି ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ନମ୍ବର ଜୋନର ଡଲି ମାଝି ନିନ୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।

ପୂର୍ବରୁ ଡଲି ମାଝୀ ବୋଡେନ ବ୍ଲକ ଚେୟାରମ୍ୟାନ ଥିଲୋ ହେଲେ ବର୍ତ୍ତମାନ ଡଲି ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଶିକ୍ଷା , ସ୍ୱାସ୍ଥ୍ୟ ଗମନାଗମନ, ଗାଁର ବିଭିନ୍ନ ସମସ୍ୟା ପ୍ରତି ଧ୍ୟାନ ଦେବି ବୋଲି କହିଛନ୍ତି ।

ଜିଲ୍ଲାରେ ବିଜେଡିର ୧୨ ଜଣ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସର ଜଣେ ଓ ବିଜେପିର ଜଣେ ଜିଲ୍ଲା ପରିଷଦ ସଭ୍ୟ ବିଜୟୀ ହୋଇଥିଲେ । ଏନେଇ ନୂଆପଡାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଯାଇଥିଲ।

ସେପଟେ ଆଗାମୀଦିନରେ ଘରେ ଘରେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା କିପରି ପହଁଚିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ନୂଆପଡା ବିଧାୟକ କହିଛନ୍ତି
ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବିଜେଡି ଏତିହାସିକ ବିଜୟ ହାସଲ କରିଥିବା ବେଳେ  ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପଦ ମଧ୍ୟ ବିଜେଡି ଅକ୍ତିଆର କରି ନେଇଛି।

Comments are closed, but trackbacks and pingbacks are open.