Latest Odisha News

BREAKING NEWS

ମଲାଇକା ଆରୋରା ପିନ୍ଧିଲେ ଗୋଲ୍ଡ ହିଲ୍, ଡ୍ରେସ୍ ଦାମକୁ ନେଇ ଫ୍ୟାନ୍ ତାଜୁବ୍

ମୁମ୍ବାଇ : ବଲିଉଡ୍ ବିୟୁଟି ମଲାଇକା ଆରୋରା ଖାନ୍ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ଥାନ୍ତି ।ସେ ବଲିଉଡ୍ ଫ୍ୟାଶନ୍ ଦୁନିଆର ଆଇକନ୍ ଅଟନ୍ତି । ନିକଟରେ ମଲାଇକାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି । ଏହି ଫଟୋରେ ମଲାଇକା ଗ୍ରୀନ୍ ଡ୍ରେସ୍ ପିନ୍ଧିଥିବା ନଜର ଆସିଛନ୍ତି । ଏହି ଫଟୋ ଏବେ ବେଶ୍ ଚର୍ଚ୍ଚାରେ ।ଫଟୋରେ ମଲାଇକାଙ୍କ ଡ୍ରେସର ଦାମ୍ ଲକ୍ଷ ଲକ୍ଷ ଟଙ୍କା ହେବ ।ଏହାକୁ କିଣିବା ଏତେ ସହଜ କଥାନୁହୋଁ

ଫଟୋରେ ମଲାଇକା ଗ୍ରୀନ୍ କଲର ଆଉଟଫିଟରେ ନଜର ଆସିଛନ୍ତି । କ୍ୟାମେରା ସାମ୍ନାରେ ଡିଫରରେଣ୍ଟ ଆଙ୍ଗେଲରୁ ପୋଜ୍ ଦେଇଛନ୍ତି ମଲାଇକା ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ଛାଇ ଗଲାଣି । ମଲାଇକାଙ୍କ ଫ୍ୟାନ୍ ମାନେ ମଧ୍ୟ ତାଙ୍କର ଏହି ଗେଟଅପକୁ ଖୁବ୍ ପ୍ରଶଂସା କରିଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଏହି ପୋଷାକ ”ମିଲିଆ ଲଣ୍ଡନ” ୱେବସାଇଟରେ ଉପଲବ୍ଧ କିନ୍ତୁ ଏହାକୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ମଲାଇକାର ଏହି ପୋଷାକର ମୂଲ୍ୟ ୨ ଲକ୍ଷ, ୪୦ ହଜାର ଟଙ୍କା । କେବଳ ଏତିକି ନୁହେଁ, ମଲାଇକା ପିନ୍ଧିଥିବା ସୁନା ହିଲ୍ ର ମୂଲ୍ୟ ଶୁଣି ମୁଣ୍ଡ ଚକିତ ହୋଇଯିବ।  ମଲାଇକାଙ୍କ ହିଲ୍ସର ମୂଲ୍ୟ ହେଉଛି ୮୩ ହଜାର ଟଙ୍କା। ଏହାକୁ ଗୋଲ୍ଡି ଜୋଲି ୧୦୦ ମିମି କୁହାଯାଏ । ଏହା ଲବଆଉଟିନ୍ ୱେବସାଇଟରେ ଉପଲବ୍ଧ।

 

Comments are closed, but trackbacks and pingbacks are open.