Latest Odisha News

BREAKING NEWS

ଦଳରୁ ଇସ୍ତଫା ଦେଲେ ବିଜେଡି ଦେବଗଡ ଜିଲ୍ଲା ସଭାପତି ସୁଧୀର କପରଦାର

ଦେବଗଡ : ଦେବଗଡ ଜିଲ୍ଲା ସଭାପତି ସୁଧୀର କପରଦାର ମଙ୍ଗଳବାର ଦିନ ଶାସକ ଦଳ ବିଜେଡିରୁ ଦୀର୍ଘ ୧୨ ବର୍ଷର ସମ୍ପର୍କ ଭାଙ୍ଗି ଦଳରୁ ଇସ୍ତଫା ଦେଇଛନ୍ତି ।

ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଆହୁରି ମଧ୍ୟ ଦେବଗଡରେ ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ମଇଦାନକୁ ଓହ୍ଲାଇଛି ।

ଇତିମଧ୍ୟରେ ବରିଷ୍ଠ ନେତା କପରଦାର ବିଜେଡିର ଜିଲ୍ଲା କମିଟିରୁ ଗ୍ରାମପଞ୍ଚାୟତ ସ୍ତରରେ ରହିଥିବା ବିଭିନ୍ନ ପଦପଦବୀ ସହ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ମୟୁରଭଞ୍ଚ ଜିଲ୍ଲାର ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସୋମବାର ଦିନ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Leave A Reply

Your email address will not be published.