Latest Odisha News

BREAKING NEWS

ବିଜେଡିରେ ସାମିଲ ହେଲେ ଆଉ ଜଣେ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ଭାଗିରଥୀ ସେଠୀଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ତୁଷାରକାନ୍ତୀ ବେହେରା ମଙ୍ଗଳବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ।

ଶ୍ରୀଯୁକ୍ତ ବେହେରା ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଆନନ୍ଦପୁର ବିଧାନସଭା ଆସନ ଲାଗି ବିଜେପି ଭାଗିରଥୀଙ୍କ ନାମ ପ୍ରାର୍ଥୀଭାବେ ଘୋଷଣା କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ । ପରେ ସେହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ସେ ମଇଦାନକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.