Latest Odisha News

BREAKING NEWS

ଶେରଗଡରେ ଭିକେ ପାଣ୍ଡିଆନ, ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଗଞ୍ଜାମ: ଗଞ୍ଜାମ ଗସ୍ତରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌‌। ଶେରଗଡ, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ସଭାରେ ଯୋଗ ଦେବା ସହ ରୋଡ ସୋ କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍।

ଗୋପାଳପୁର ନିକଟରେ ଥିବା ଧବଳେଶ୍ୱର ମନ୍ଦିରରେ ପହଂଚିବା ପରେ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିବା ପରେ ରୋଡ ସୋ କରିଥିଲେ। ଶେରଗଡ ଗାଁରେ ଜନସଭାକୁ ସମ୍ବୋଧନ କରି ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌‌ ମାଗିଥିଲେ। ପରେ ଶେରଗଡର ପିତ୍ତଳରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଭୋଟ ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଆନ୍ତି। ଦିନ ରାତି ଆପଣଙ୍କ ପାଇଁ ସେ କାମ କରୁଛନ୍ତି। ୫ବର୍ଷରେ ପୁଣିଥରେ ସୁଯୋଗ ଆସିଛି, ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଆଶୀର୍ବାଦ କରିବା ସହ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍‌‌ କରିଛନ୍ତି।

ଅନ୍ୟପଟେ ଡବଲ ଇଞ୍ଜନ ସରକାରରେ ୨୦୦ଟଙ୍କା ଭତ୍ତା ଦେଉଛି, କିନ୍ତୁ ନବୀନ ସରକାର ୧୦୦୦ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ।  ତେବେ ଶେରଗଡ ପରେ ଖଲ୍ଲିକୋଟ ଗସ୍ତ କରିବେ ପାଣ୍ଡିଆନ୍ । ଖଲ୍ଲିକୋଟ ଆରସିଏମ୍ କଲେଜ ପଡ଼ିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବା ପରେ ହିଞ୍ଜିଳକାଟୁରେ ରୋଡ୍ ସୋ’ କରିବେ ପାଣ୍ଡିଆନ । ପରେ ରାତିରେ ବ୍ରହ୍ମପୁରରେ ରୋଡ ସୋରେ ଶକ୍ତି ପ୍ରଦର୍ଶନ ସହ ଭୋଟ ଭିକ୍ଷା କରିବେ ଭିକେ ପାଣ୍ଡିଆନ୍ । ଏହାପରେ ଗୋପାଳପୁର ଫେରିଯାଇ ପାନ୍ଥନିବାସରେ ରାତ୍ରିଯାପନ କରିବେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ ।

Leave A Reply

Your email address will not be published.