Latest Odisha News

BREAKING NEWS

ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶ ଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଉଡ଼ାଣ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଯାତ୍ରା ସ୍ଥଗିତ ରଖାଯାଇଛି।

ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି। ବର୍ତମାନ ଲଞ୍ଚ ପାଇଁ କୌଣସି ନୂତନ ତାରିଖ ଘୋଷଣା କରାଯାଇ ନାହିଁ। ସୂଚନା ଅନୁସାରେ, ଆଜି ତଥା ମେ ୭ରେ ଭାରତୀୟ ସମୟ ସକାଳ ୮ଟା ୪ ମିନିଟରେ  କେନେଡ଼ି ସ୍ପେଶ୍ ସେଣ୍ଟରରୁ ସୁନୀତା ୱିଲିୟମ୍ସ ମହାକାଶକୁ ତୃତୀୟ ଥର ପାଇଁ ଯାତ୍ରା କରିଥାନ୍ତେ । ବଚ ୱିଲମୋର ମଧ୍ୟ ତାଙ୍କ ସହ ମହାକାଶ ଯାତ୍ରା କରିବାକୁ ଯାଇଥାନ୍ତେ। କିନ୍ତୁ ଅନ୍ତିମ ପର୍ଯ୍ୟାୟରେ ଯାନରେ ତ୍ରୁଟି ଦେଖାଯିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି।ଏନେଇ ନାସା ପକ୍ଷରୁ ଏକ ଏକ୍ସ ପୋଷ୍ଟରେ କୁହାଯାଇଛି ଯେ, ପରବର୍ତ୍ତୀ ଉଡ଼ାଣ କେବେ ହେବ, ସେନେଇ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ।

 

Leave A Reply

Your email address will not be published.