Latest Odisha News

BREAKING NEWS

ଜିନିଷ କିଣିବା ବାହାନାରେ ଦୋକାନରୁ ଲୁଟିନେଲେ ନଗଦ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ବରଗଡ଼ ଥାନା ଅନ୍ତର୍ଗତ ଲୁଇସ୍ ରୋଡରେ ଥିବା ଏକ ପୋଷାକ ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା। କାଉଣ୍ଟର ଡ୍ର ଖୋଲା ରହିଥିବା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଲେ ଦମ୍ପତି। ଏହି ଦମ୍ପତି ୧୦,୯୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ କରିଛନ୍ ଦୋକାନୀ। ଲୁଟ୍‌ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି

ସୂଚନାନୁସାରେ, ଏହି ଦମ୍ପତି ସୋମବାର ଅପରାହ୍ନରେ ଏକ ପୁରୁଣା କାରରେ ଲୁଇସ୍ ରୋଡରେ ଥିବା ରେବା ଗାର୍ମେଣ୍ଟ ନାମକ ଦୋକାନରେ ପହଞ୍ଚିଥିଲେ। ମହିଳା ଜଣଙ୍କ ପ୍ରଥମେ ଦୋକାନ ଭିତରକୁ ପ୍ରବେଶ କରିଥିଲେ। ଦୋକାନୀକୁ ଜିନିଷ ଦେଖିବାକୁ ଡାକିଥିଲେ। ମହିଳା ଜଣକ କିଣିବାରେ ଆଗ୍ରହ ଦେଖାଇ ବାର୍ତ୍ତାଳାପରେ ଦୋକାନୀଙ୍କୁ ନିୟୋଜିତ କରିଥିବାବେଳେ ତାଙ୍କ ସହଯୋଗୀ ପୁରୁଷ ନଗଦ କାଉଣ୍ଟରରୁ ଟଙ୍କା ଲୁଟି ନେଇଥିଲେ।

ଦୋକାନର ସିସିଟିଭି ଫୁଟେଜରେ ଦର୍ଶାଯାଇଛି ଯେ ଉକ୍ତ ବ୍ୟକ୍ତି ଜଣକ ନିଜ ଫୋନରେ କଥାବାର୍ତ୍ତା କରୁଥିବା ବେଳେ ନଗଦ କାଉଣ୍ଟର ଆଡକୁ ଯାଉଛନ୍ତି। ତା’ପରେ ସେ ଡ୍ରୟର ଖୋଲି ନଗଦ ଟଙ୍କା ବାହାର କରି ପକେଟରେ ରଖୁଛନ୍ତି। କାଉଣ୍ଟର ଡ୍ର ଖୋଲା ରହିଥିବା ମଉକା ଦେଖି ସେଥିରେ ଥିବା ୧୦,୯୦୦ ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ।

ଏହା ମଧ୍ୟାହ୍ନ ଭୋଜନ ସମୟରେ ଘଟିଥିଲା ଏବଂ ଦୋକାନରେ କେବଳ ଜଣେ କର୍ମଚାରୀ ଥିଲେ। ଏହି ଲୁଟ୍‌ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି। ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.