Latest Odisha News

ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଲେ ବର୍ଷା ! କହିଲେ ମୋତେ ବ୍ୟକ୍ତିଗତ ଆକ୍ଷେପ ବେଳେ କେଉଁଠି ଥିଲେ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗ ସମ୍ବଳିତ ଟ୍ବିଟ ଉପରେ ବିଜେଡି ତାର ପାଲଟା ଜବାବ ଜାରି ରଖିଛି । ଗୁରୁବାର ସାସଂଦ ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଥିବାବେଳେ ଶୁକ୍ରବାର ବିଜେଡିର ନବ ନିର୍ବାଚିତ ପଦମପୁର ବିଧାୟିକା ବର୍ଷା ସିଂ ବରିହା ଟ୍ବିଟ୍ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଡ଼ା ଜବାବ ଦେଇଛନ୍ତି । ବିଧାୟିକା ବର୍ଷା ସିଂ ବରିହା ନିର୍ଦ୍ଦିଷ୍ଚ ଭାବେ ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କୁ ପାଲଟା ଜବାବ ଦେଇଛନ୍ତି ।

ପଦମପୁର ଉପନିର୍ବାଚନ ବେଳେ ରାଜ୍ୟ ବିଜେପିର ତାଙ୍କୁ ଆକ୍ଷେପ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସେତେବେଳର ନିରବତାକୁ ନେଇ ମଧ୍ୟ ଜୋରଦାର ଆକ୍ରମଣ କରିଛନ୍ତି ବର୍ଷା । ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପି ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଓ ଧର୍ମେନ୍ଦ୍ର କିଭଳି ସେତେବେଳେ ନୀରବଦ୍ରଷ୍ଟା ସାଜିଥିଲେ ତାହା ମନେ ପକାଇ ସମାଲୋଚନା କରିଛନ୍ତି ବର୍ଷା । କେବଳ ସେତିକି ନୁହେଁ, ପଦମପୁର ନିର୍ବାଚନ ବେଳେ ତାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବ୍ୟକ୍ତିଗତ ଭାବେ ଆକ୍ରମଣ କରିଥିଲା ବେଳେ ଜବାବରେ ବିଜେପିକୁ ପଦମପୁରବାସୀ ପରାଜିତ କରି ମୁହଁତୋଡ ଜବାବ ଦେଇଥିଲେ ବୋଲି ବର୍ଷା କହିଛନ୍ତି । ସେପଟେ ନୂଆ କରି ବିଧାୟିକା ହୋଇଥିବା ବିଧାୟିକା ବର୍ଷା ସିଂ ବରିହାଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସମାଲୋଚନା ଭରା ଟ୍ବିଟକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.