Latest Odisha News

BREAKING NEWS

ନବ ଦାସ ହତ୍ୟାକାରୀକୁ ପାଗଳ କହିବା ପଛରେ ରହିଛି କାହାର ଇଙ୍ଗିତ -ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ନବଦାସ ହତ୍ୟାକାରୀ ଗୋପାଳଙ୍କୁ ପାଗଳ କିଏ କହିଲା ? କାହିଁକି ପାଗଳ ବୋଲି କହିଲା ? ନବଙ୍କ ହତ୍ୟାର ମାତ୍ର ଘଣ୍ଟାଏ ପରେ ଏ ଷ୍ଟୋରି କିଏ ବାହାର କଲା ? ଯିଏ ବାହାର କଲା ତା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା ? ନବଦାସ ମୃତ୍ୟୁ ମାମଲାକୁ ନେଇ ଏମିତି ପ୍ରଶ୍ନ କରିଛନ୍ତି  କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୟ ପଟ୍ଟନାୟକ କହିଛନ୍ତି, ନବ ଦାସ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ ତାଙ୍କୁ ବିସ୍ମିତ କରିଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପହରରେ ସମସ୍ତଙ୍କ ଆଖି ସାମ୍ନାରେ ହତ୍ୟା କରାଗଲା । ଏହାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ଦିଆଗଲା  । ହେଲେ ମୃତ୍ୟୁର ଘଣ୍ଟାଏ ପରେ ଷ୍ଟାରି ବାହାରିଲା ହତ୍ୟାକାରୀ ପାଗଳ । ହେଲେ ଏବେ ଡାକ୍ତର କହୁଛନ୍ତି ଗୋପାଳ ପାଗଳ ନୁହେଁ ।

କ୍ରାଇମ ବ୍ରାଞ୍ଚ କ’ଣ ଏବଂ କିଭଳି ତଦନ୍ତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ । ଯିଏ ଅଭିଯୁକ୍ତକୁ ପାଗଳ ବୋଲି କହିଥିଲା ? ସରକାର କାହିଁକି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେନି ? ଏସବୁ ସରକାରଙ୍କ ଇଙ୍ଗିତରେ ହେଉଛି କି  ବୋଲି  ପ୍ରଶ୍ନ ମନକୁ ଆସୁଥିବା କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ଏହା ପୂର୍ବରୁ ନବ ଦାସଙ୍କ ହତ୍ୟାକାରୀକୁ ପାଗଳ ବୋଲି କହିବା ନେଇ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ କଡା ସମାଲୋଚନା କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯିଏ ଅଭିଯୁକ୍ତ ସେ ନିଜେ ଖସିବା ପାଇଁ ନିଜକୁ ପାଗଳ ବୋଲି କହିଥାଏ । ଏପରି କହିବା ଦ୍ୱାରା ନିଜକୁ ଦୋଷମୁକ୍ତ କରିବାର ବାଟ ସହଜ ହୋଇଥାଏ ।  ହେଲେ ନବ ଦାସ ହତ୍ୟା ମାମଲାରେ  ବିପକ୍ଷ  ଅଭିଯୁକ୍ତକୁ ପାଗଳ ବୋଲି କହିବା ଆଶ୍ଚର୍ଯ୍ୟ କଥା । ଏପରି କହି ଅଭିଯୁକ୍ତର ଖସିବା ବାଟ ସରକାର ସହଜ କରୁଥିବା କଂଗ୍ରେସ ନେତା ନରସିଂହ ମିଶ୍ର ଯୁକ୍ତି ବାଢିଥିଲେ ।

Leave A Reply

Your email address will not be published.