Latest Odisha News

BREAKING NEWS

ଆଜି ବିଜେଡି ସଂସଦୀୟ ଦଳ ବୈଠକ, ବଜେଟ ଅଧିବେଶନ ନେଇ ଚୁଡ଼ାନ୍ତ ହେବ ରଣନୀତି

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ତାପୂର୍ବରୁ ଆଜି ବସୁଛି ବିଜେଡି ସଂସଦୀୟ ଦଳ ବୈଠକ । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଛି । ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଅଲଗା ଅଲଗା ବୈଠକ ହୋଇପାରେ ।

ଆଜିର ବୈଠକରେ ବଜେଟ ଅଧିବେଶନର ନେଇ ଦଳ ରଣନୀତି ପ୍ରସ୍ତୁତ କରିବ । ଦଳୀୟ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟର କେଉଁ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରାଯିବ ସେନେଇ ସଂସଦୀୟ ଦଳ ବୈଠକରେ ବିଚାରବିମର୍ଶ ହୋଇପାରେ । ଆସନ୍ତା ୨୯ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ୧ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Leave A Reply

Your email address will not be published.