Latest Odisha News

BREAKING NEWS

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ ଦିଲ୍ଲୀର ଏକ ବର୍ବର କାଣ୍ଡ ।

ଏକ ଜଘନ୍ୟ ହତ୍ୟାକାଣ୍ଡର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗୁରୁବାର ନୂଆଦିଲ୍ଲୀର ମୋହନ ଗାର୍ଡେନ୍ ଅଂଚଳରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ଲୋକକୁ ଗୁଳିମାଡ କରି ହତ୍ୟା କରିଥିଲା । ହତ୍ୟା କରିବା ପରେ ବୋଧ ହୁଏ ହତ୍ୟାକାରୀର ମନ ଶାନ୍ତି ପଡିନଥିଲା । ପୁଣିଥରେ ଗୁଳିମାଡ କରି ହତ୍ୟାକାରୀ ଜଣକ ମୃତ ବ୍ୟକ୍ତିଙ୍କର ଫଟୋ ବି ଉଠାଇଥିଲା ।

ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ପଏଣ୍ଟ ବ୍ଲାଙ୍କ ରେଂଜରେ ଫାଇରିଂ ହୋଇଥିଲା । ଏ ନେଇ କେହି ଗିରଫ ହୋଇନଥିଲାବେଳେ ଫଟୋ ଉଠାଇବା ପଛରେ ସୁପାରୀ କିଲିଂର ସଂପର୍କ ଥିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.