Latest Odisha News

BREAKING NEWS

LPG ଦର ହ୍ରାସ ନେଇ କେନ୍ଦ୍ର ସରକାରଙ୍କୁ ଆନ୍ଦୋଳନର ଚେତାବନୀ ଦେଲେ ବିଜେଡି

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ଦର ହ୍ରାସ ପରେ ବିଜେଡି ରନ୍ଧନ ଗ୍ୟାସ ଦର ହ୍ରାସ କରିବା ପାଇଁ ଦାବି କରିଛି। ଏଥିପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ଆନ୍ଦୋଳନ କରାଯିବ ବୋଲି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।  ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ଦୀର୍ଘ ଦିନର ବ୍ୟବଧାନ ପରେ ବିଜେଡି ଆନ୍ଦୋଳନ କରିବାରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି।ଏହି ଦର ହ୍ରାସର ୩୩ ପ୍ରତିଶତ ଓଡ଼ିଶା ସରକାର ବହନ କରୁଛନ୍ତି। ପେଟ୍ରୋଲରେ ୩.୩୦ ଓ ଡିଜେଲରେ ୧.୬୫ ରାଜ୍ୟ ଭାଗ ରହିଛି। ଏହି ହିସାବ ବାଦ ଭ୍ୟାଟ ହ୍ରାସ ପାଇଛି। ଯାହାକି ଗରିବଙ୍କ ପାଇଁ ଦିପାବଳୀ ଉପଲକ୍ଷେ ଖୁସି ଖବର। ଓଡ଼ିଶା ସରକାର ୬.୩୦ ପେଟ୍ରୋଲ ଓ ୪.୬୫ ଡିଜେଲରେ କମାଇଛନ୍ତି । ଏହା ଦ୍ୱାରା ରାଜ୍ୟର ୨୦୦୦ କୋଟି ଟଙ୍କା କ୍ଷତି ହେବ।ସାରା ରାଜ୍ୟରେ ସବୁଠାରୁ କମ୍ ରେଟ୍ ଓଡ଼ିଶାରେ। ଦୁର୍ଭାଗ୍ୟଜନକ ବିଷୟ ସେସ ଆଦାୟ କେନ୍ଦ୍ର କରୁଛି।

ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା।ଏହା ସଂଙ୍ଘୀୟ ବ୍ୟବସ୍ଥା ବିରୋଧୀ। ଏଲପିଜି ଦର ଉପରୁ ଏକ୍ସଆଇଜି ଓ ଅନ୍ୟ ଟ୍ୟାକ୍ସ ହ୍ରାସ କରନ୍ତୁ।ଯଦି କେନ୍ଦ୍ର ସରକାର ନଶୁଣନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ। ପଞ୍ଚାୟତ ଯାଏଁ ଯାଇ କେନ୍ଦ୍ର ସରକାରଙ୍କୁ ଦୃଢ ଜବାବ ଦିଆଯିବ ବୋଲି ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ କହିଛନ୍ତି।

Leave A Reply

Your email address will not be published.