Latest Odisha News

BREAKING NEWS

୨୦୨୪ରେ ୧୨୫ ସିଟ୍ ହାତେଇବ ବିଜେଡି !

ବିଧାୟକ ସୁଶାନ୍ତ ସିଂଙ୍କ ଦୃଢୋକ୍ତି

ଭୁବନେଶ୍ୱର : ପଦ୍ମପୁର ବିଜୟ ପରେ ୨୦୨୪ ପାଇଁ ଆକଳନ କରିଛି ବିଜେଡି । ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ‘ମିଶନ୍ ୧୨୫’ ର ପରିକଳ୍ପନା ହୋଇଛି । ମୋଟ ୧୪୭ ଆସନରୁ ବିଜେଡି ୧୨୫ ସିଟ୍ ହାତେଇବା ନେଇ କହିଛନ୍ତି ବିଜେଡି ନେତା ସୁଶାନ୍ତ ସିଂହ ।

ବିଜେଡିର ଲୋକପ୍ରିୟତା ପଦ୍ମପୁରବାସୀ ପ୍ରମାଣ କରିଦେଖାଇଛନ୍ତି । ଦଳର ଆଦୃତି ରାଜ୍ୟର ସବୁ ଜିଲ୍ଲା, ନିର୍ବାଚନମଣ୍ଡଳୀରେ ଅଛି । ଆଗକୁ ବି ଦଳୀୟ ଲୋକପ୍ରିୟତା ହିଁ ଦଳକୁ ବିଜୟୀ କରିବ ବୋଲି ସୁଶାନ୍ତ ସିଂ କହିଛନ୍ତି ।

କଂଗ୍ରେସ ଦାବିକୁ କାଟ୍ କରି କହିଛିଯେ ବିଜେଡି ୩୦ରୁ ୩୫ ଆସନ ଭିତରେ ରହିବ । କଂଗ୍ରେସ ଭଲ ପ୍ରଦର୍ଶନ କରିବ ଓ ୬୦ରୁ ୬୫ ସିଟ୍ ଭିତରେ ଜିତିବ ବୋଲି ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି । କେବଳ ପଦ୍ମପୁର ପାଇଁ ବିଜେଡି ୪୦ କୋଟି ଖର୍ଚ୍ଚ କରିଛି । ସୁର ପ୍ରଶ୍ନ କରିଛନ୍ତି, ୧୨୫ ପାଇଁ କେତେ କୋଟି ଆଣିବ ବିଜେଡି? ବିଜେପି କହିଛି ମୋଟ ୧୪୭ ଆସନକୁ ଫୋକସ୍ କରିବ ।

Leave A Reply

Your email address will not be published.