Latest Odisha News

ତାଳବଣିଆରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ପୁରୀ:  ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ। ଏଥର ପ୍ରତିଷ୍ଠା ଦିବସ ପାଳିତ ହେବ ପୁରୀ ତାଳବଣିଆ ପଡ଼ିଆରେ । ଏ ନେଇ ତାଳବଣିଆ ପଡ଼ିଆ ଠାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଦଳ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ।

ବିଜେଡ଼ି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ଉମାକାନ୍ତ ସାମନ୍ତରାୟ, ଅତୁନ ସବ୍ୟସାଚୀ ନାୟକ ଓ ତୁଷାରକାନ୍ତି ବେହେରା ପ୍ରମୁଖ ତାଳବଣିଆ ପଡ଼ିଆ ଯାଇ ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ୨୬ ତାରିଖ ସକାଳ ୯ଟା ରେ ଦଳ କର୍ମକର୍ତ୍ତାମାନେ ପଞ୍ଜିକରଣ କରିବା ପରେ ୧୦ ଟାରୁ ସଭାକାର୍ଯ୍ୟ ଆରମ୍ଭ ହେବ।

ଏଥିରେ ବିଜେଡିର ସାଂସଦ, ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚଙ୍କ ସହ ବିଜେଡି ଶାସନରେ ଥିବା ମୁନିସିପାଲିଟି ଏବଂ ଏନଏସିର ନେତା ଓ କର୍ମକର୍ତ୍ତା, ବିଜେଡିର ଛାମୁଆ ସଂଗଠନ, ଯୁବ ଓ ମହିଳା ସଂଗଠନ, ଏଏସିଏସଟି, କୃଷକ, ସମବାୟ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦ ତାଳବଣିଆ ଯାଇ ଆୟୋଜନ ପ୍ରସ୍ତୁତିରେ ତଦାରଖ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ରାଜ୍ୟ ବିଯୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.