Latest Odisha News

BREAKING NEWS

ମହାନଦୀ-ପୋଲାଭରମ ପ୍ରସଙ୍ଗ: ବିଜେଡ଼ିର ଷ୍ଟିୟରିଂ କମିଟି ଗଠନ

ଭୁବନେଶ୍ୱର : ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ଏକ ଷ୍ଟିୟରିଂ କମିଟି ଗଠନ କରିଛି । ଛତିଶଗଡ଼ ଓ ଆନ୍ଧ୍ର ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଏହି କମିଟି ଗଠନ ହୋଇଥିବା ଜଣାପଡ଼ିଛି ।

ମହାନଦୀ ସୁରକ୍ଷା ଲାଗି ବିଜେଡ଼ି ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟିୟରିଂ କମିଟି ଗଠନ କରିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କମିଟିରେ ୪ ଜଣ ସଦସ୍ୟଙ୍କୁ ନିଯୁକ୍ତି କରିଛନ୍ତି । ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ଚନ୍ଦ୍ରଶେଖର ସାହୁଙ୍କୁ ଏହି କମିଟିର ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଦକ୍ଷିଣାଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଥିବା ବେଳେ ଜଳସେଚିତ ହେଉଥିବା ଚାଷଜମି ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏବେ ବିଜେଡ଼ି ପକ୍ଷରୁ ମହାନଦୀ ଆନ୍ଦୋଳନ ୨ୟ ପର୍ଯ୍ୟାୟରେ ପହଞ୍ଚିଛି ।
ଓଡ଼ିଶାର ବଡ଼ନଦୀ ମହାନଦୀ ଅବବାହିକାରେ ରହିଥିବା ମୋଟ ପନ୍ଦରଟି ଜିଲ୍ଲାରେ ବିଜେଡ଼ି ପକ୍ଷରୁ ପଥପ୍ରାନ୍ତ ସଭା ସହିତ ସଚେତନତା ସୃଷ୍ଟି କରାଯାଇ ଆନ୍ଦୋଳନକୁ ଜୋରଦାର କରାଯିବାକୁ ସ୍ଥିର ହୋଇଛି ।

ମହାନଦୀ-ପୋଲାଭରମ ପ୍ରସଙ୍ଗ ଲାଗି ଗଠନ ହୋଇଥିବା ଏହି କମିଟିର ସଦସ୍ୟମାନେ ଆନ୍ଦୋଳନ ଲାଗି ରୂପରେଖ ପ୍ରସ୍ତୁତ କରିବା ସହିତ ସମଗ୍ର ରାଜ୍ୟରେ ସଚେତନତା ସୃଷ୍ଟି କରିବେ ।

Leave A Reply

Your email address will not be published.