Latest Odisha News

BREAKING NEWS

ସଲମାନଙ୍କ ଘର ବାହାରେ ଫାଏରିଂ ଘଟଣା: ରାଜସ୍ଥାନରୁ ୫ମ ଅଭିଯୁକ୍ତ ଗିରଫ, ମୁମ୍ବାଇ କୋର୍ଟରେ କରାଯିବ ହାଜର

ମୁମ୍ୱାଇ : ଏପ୍ରିଲରେ ସଲମାନ ଖାନଙ୍କ ଘରେ ଗୁଳି ବିନିମୟ କେବଳ ସାଧାରଣ ଲୋକଙ୍କ ମଧ୍ୟରେ ନୁହେଁ, ବରଂ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁମ୍ୱାଇର କ୍ରାଇମବ୍ରାଞ୍ଚ ଟିମ୍ ଏହି ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ।

ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନରୁ ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କୁ ଉକ୍ତ ମାମଲାରେ ପଞ୍ଚମ ଅଭିଯୁକ୍ତ କୁହାଯାଉଛି। ସୂଚନାନୁସାରେ, ଏହି ବ୍ୟକ୍ତି ସଲମାନଙ୍କ ଘରେ ଗୁଳି ଚଳାଇଥିବା ବ୍ୟକ୍ତିକୁ ଗୁଳି ଚଳାଇବାରେ ସାହାଯ୍ୟ କରିଥିଲା। ଇଦ୍ ପରଦିନ ସଲମାନ ଖାନଙ୍କ ଘର ବାହାରେ ଫାଏରିଂ ହେବା ପରେ ଦିନକୁ ଦିନ ମାମଲା ଗମ୍ଭୀର ରୂପ ନେଉଛି ଏବଂ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯେତେବେଳେ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଜଣଙ୍କ ମୃତ୍ୟୁ ଘଟିବା ପରେ ମାମଲା ଅଧିକ ଗମ୍ଭୀର ହୋଇଯାଇଛି ।

ଏହି ଅଭିଯୁକ୍ତର ନାମ ମହମ୍ମଦ ଚୌଧୁରୀ। ପୋଲିସ ଅନୁଯାୟୀ ଅଭିଯୁକ୍ତ ଜଣକ ଜେଲ ମଧ୍ୟରେ ହିଁ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଅଭିଯୁକ୍ତ ଅନୁଜ ଥାପନର ପରିବାର ଲୋକ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ନ୍ୟାୟ ପାଇଁ ବମ୍ୱେ ହାଇକୋର୍ଟରେ କୋସ୍ ଫାଇଲ କରିଛନ୍ତି । ଏହା ମଧ୍ୟରେ ଆଉଜଣେ ଅର୍ଥାତ୍ ୫ମ ଅପରାଧୀକୁ କାବୁ କରିଛି ପୋଲିସ । ସେ ସୁଟର୍ସଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ପୋଲିସ କହିଛି । ସୂଚନା ମୁତାବକ ମହମ୍ମଦକୁ ରାଜସ୍ଥାନରୁ ମୁମ୍ବାଇକୁ ଅଣାଯାଉଛି। ମଙ୍ଗଳବାର ତାକୁ ମୁମ୍ବାଇ କୋର୍ଟରେ ହାଜର କରାଯିବ।

Leave A Reply

Your email address will not be published.