Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ୫୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ନନ୍ଦିଗ୍ରାମରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଯିଏକି ମମତା ବାନାର୍ଜୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବେ ।

ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାଥମିକ ଭାବେ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ସେହିପରି କ୍ରିକେଟରରୁ ନେତା ବନିଥିବା ଅଶୋକ ଦିଣ୍ଡାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି ବିଜେପି ।

ବିଜେପିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଗତକାଲି ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ତୃଣମୂଳ କଂଗ୍ରେସ । ଏଥିରୁ ୫୦ଟି ଆସନରେ ମହିଳାଙ୍କୁ ଟିକେଟ୍ ଦେଇଛି ଟିଏମସି । ପଶ୍ଚିମବଙ୍ଗରେ ଏଥର ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ, ମାର୍ଚ୍ଚ ୨୭ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ସେହିପରି ମେ ୨ ତାରିଖରେ ଭୋଟ ଗଣତି ହେବ ।

Leave A Reply

Your email address will not be published.