Latest Odisha News

BREAKING NEWS

ବିକଶିତ ଗାଁରେ ବିକଳାଙ୍ଗ ଯୋଜନା କରିଛି ବିଜେପି: ବିଜେଡ଼ି

ଭୁବନେଶ୍ବର: ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାକୁ ବିକଳାଙ୍ଗ ଯୋଜନା ବୋଲି କହିଛି ବିଜେଡ଼ି। ନବୀନ ସରକାର ସମୟରେ ଗାଁକୁ ମିଳୁଥିବା ଅନୁଦାନ, ଡବଲ ଇଞ୍ଜିନ ସରକାରରେ ହ୍ରାସ କରାଯାଇଥିବା ବିଜେଡି କହିଛି। ଅନୁଦାନ କମିଲେ ଗାଁର ବିକାଶ କିଭଳି ହେବ ବୋଲି ପ୍ରଶ୍ନ କରିଛି ବିଜେଡ଼ି।
ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି, “ନବୀନ ପଟ୍ଟନାୟକ ସରକାର ସମୟରେ ପ୍ରତି ଗାଁ କୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ଏହାକୁ ଅନୁସରଣ କରିଥିଲେ ଭାରତ ସରକାର । ମନ୍ଦିର, ରାସ୍ତା, ସ୍କୁଲର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶାରେ କରାଯାଇଥିଲା। ୨୦୨୩-୨୪ ରେ ୬ ହଜାର ୮ ଶହ ପଞ୍ଚାୟତକୁ ୫୦ ଲକ୍ଷ ଅନୁଦାନ ଦିଆଯାଇଥିଲା। ବିଜେପି ସରକାର ପ୍ରତି ଗାଁକୁ ୧୪ ଲକ୍ଷ ୮୦ ହଜାର ଅନୁଦାନ ଦେବେ। ଓଡ଼ିଶାରେ ୫୦ ହଜାର ରାଜସ୍ୱ ଗାଁ ରହିଛି। ୱାର୍ଡ ପିଛା ଲକ୍ଷେ ଟଙ୍କା ପଡୁନି ବୋଲି ବିଜେଡ଼ି କହିଛି। ”

ବିଧାୟକ ଅରୁଣ ସାହୁ  ଆହୁରି କହିଛନ୍ତି , “ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ସେ ନାରା ଦେଇଥିଲେ ଗାଁକୁ ସହର ପରି ସୁବିଧା ଦେବା। ଗାଁରେ ପ୍ରଥମ କଂକ୍ରିଟ ରାସ୍ତା ନବୀନ କରିଥିଲେ। ଯାହା ପରବର୍ତ୍ତି ସମୟରେ ଭାରତ ସରକାର ଅନୁସରଣ କରିଥିଲେ। ସେତେବେଳେ ଏହି ଧାରା ଆରମ୍ଭ ହୋଇଥିଲା। ପଞ୍ଚାୟତିରାଜ ବିଭାଗ ଦ୍ବାରା ୭୫ ହଜାର ରାସ୍ତା କଂକ୍ରିଟ ହୋଇଥିଲା। ମନ୍ଦିର, ରାସ୍ତା, ସ୍କୁଲର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶାରେ କରାଯାଇଥିଲା। ଯେଉଁଥିପାଇଁ ଓଡ଼ିଶା କେନ୍ଦ୍ରରୁ ପୁରସ୍କାର ମଧ୍ୟ ପାଇଥିଲା। ଏହା ପରିବର୍ତ୍ତନର ଆରମ୍ଭ ଥିଲା।”

୨୦୨୩-୨୪ ରେ ୬ ହଜାର ୮୦୦ ପଞ୍ଚାୟତକୁ ୫୦ ଲକ୍ଷ ଅନୁଦାନ ଦିଆଯାଇଥିଲା। ଏବେ ବିଜେପି ସରକାର ବାର୍ଷିକ ହଜାର କୋଟି ଦେବେ। ଅର୍ଥାତ ୧୪ ଲକ୍ଷ ୮୦ ହଜାର ଟଙ୍କା ପ୍ରତି ଗାଁକୁ ଦେବେ। ଓଡ଼ିଶାରେ ୫୦ ହଜାର ରାଜସ୍ୱ ଗାଁ ଅଛି। ୱାର୍ଡ ପିଛା ଲକ୍ଷେ ଟଙ୍କା ପଡୁନି ବୋଲି ବିଜେଡ଼ି କହିଛି। ଏମିତିରେ ପ୍ରତି ପଞ୍ଚାୟତକୁ ମାତ୍ର ତିନିରୁ ଚାରି ପ୍ରକଳ୍ପ ଯିବ। ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ବଦଳାଇ ୧୫ ଲକ୍ଷରେ ସୀମିତି ରଖିଲେ। କାରଣ ଡବଲ ଇଂଜିନ ସରକାରର ଡବଲ ଦୋମୁହାଁ କଥା ପ୍ରମାଣିତ ହେଲା ବୋଲି ବିଜେଡ଼ି କହିଛି। ବିକଶିତ ଗାଁରେ ଏବେ ବିକଳାଙ୍ଗ ଯୋଜନା ଓ ନୂଆ ଯୋଜନା ସବୁକୁ ପୋଲିଓ ରୋଗ ହେଲାଣି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ସେ କହିଛନ୍ତି, ଓଡ଼ିଶାର ଜନସଂଖ୍ୟାର ୮୦ ଭାଗ ଗାଁରେ ରୁହନ୍ତି। ସାଢେ ତିନି କୋଟି ଲୋକ ଗାଁରେ ରୁହନ୍ତି। ୨.୬୫ କୋଟି ବଜେଟରୁ ମାତ୍ର ଗାଁ ବିକାଶ ପାଇଁ ହଜାର କୋଟି ଦେଲେ ତାକୁ ପୋଲିଓ ନୁହେଁ ତ ଆଉ କଣ କହିବା। ଛଡ଼, ବାଲି, ସେମେଣ୍ଟ, ମଜୁରୀ ମହଙ୍ଗା ହେଲାଣି। ଏତିକି ଟଙ୍କାରେ କେମିତି କାମ ହେବ ବୋଲି ବିଜେଡ଼ି କହିଛି। ବିକଶିତ ନାଁରେ ଯୋଜନା ଗୁଡିକୁ ପୋଲିଓ ନ କରନ୍ତୁ ବୋଲି ସେ କହିଛନ୍ତି।

Comments are closed.