ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ବୁଧବାର ଶେଷ ହୋଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦିଆଯିବ । ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରିପୋର୍ଟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ।
ଶୁଭେନ୍ଦ୍ର କହିଛନ୍ତି, ଭରତପୁର ଥାନା ଅଞ୍ଚଳରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ ହୋଇଛି । କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ଥିଲା । ଆଜି ବାନ୍ଧବୀ ଏବଂ ତାଙ୍କ ଓକିଲ ଅଭିଯୁକ୍ତ ପୋଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା । ମେଜରଙ୍କ ବାନ୍ଧବୀଙ୍କ ଓକିଲ ଆସନ୍ତା ୧୫ ଯାଏଁ ସମୟ ମାଗିଥିଲେ । କମିଶନଙ୍କ ନିକଟରେ ଆଉ ସମୟ ନ ଥିବାରୁ ତଦନ୍ତକୁ ଶେଷ କରିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୪ ରାତିରେ ଭରତପୁର ଥାନା ଅଞ୍ଚଳରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଅଭିଯୋଗ ପାଇଁ ଉଭୟ ଥାନାରେ ଥାନାରେ ପହଞ୍ଚିଲା ପରେ ପୋଲିସ ସେମାନଙ୍କ ସହ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ପରେ ଏହାକୁ ନେଇ ସରକାର ତଦନ୍ତ କମିଶନ ବସାଇଥିଲେ ।
Comments are closed.