ବ୍ରହ୍ମପୁର:ସୁରତାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର ପାଣ୍ଡେସର ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଶଙ୍କର ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପାଣ୍ଡେସର ଥାନାରେ ୩୬/୨୦୦୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ପରେ ଶଙ୍କର ନିଜ ଗାଁକୁ ଆସିଯାଇଥିଲେ । ହେଲେ ନିଜ ଗାଁ ବଦଳରେ ପୁରୁଷୋତ୍ତମପୁର ସହରରେ ନିଜ ଶ୍ବଶୁରଙ୍କ ଘରେ ରହୁଥିଲେ । ସାଧାରଣ ଲୋକଙ୍କ ଭଳି ଚଳୁଥିଲେ । ଏଣୁ କେହି ସନ୍ଦେହ କରୁନଥିଲେ । ତେବେ କୌଣସି ପ୍ରକାରେ ଶଙ୍କରଙ୍କ ସଂପର୍କରେ ସୂଚନା ପାଇଥିଲା ପାଣ୍ଡେସର ପୋଲିସ। ଏନେଇ ପୁରୁଷୋତ୍ତମପୁର ଥାନା ପୋଲିସକୁ ସୂଚନା ଦିଆଯାଇଥିଲା । ଶନିବାର ସକାଳ ୯ଟା ବେଳେ ସ୍ଥାନୀୟ ପୋଲିସ ସହଯୋଗରେ ଶଙ୍କରଙ୍କୁ ପାଣ୍ଡେସର ଥାନା ପୋଲିସ ଗିରଫ କରିଛି। ସେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ପୋଲିସ କାବୁ କରିଥିଲା। ଶଙ୍କରକୁ ସୁରତ ନିଆଯିବ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ
- ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ
- Mahanadi Water Dispute:ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ବୈଠକ;ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୈଠକରେ ଦେବେ ଯୋଗ
- ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାଜଳ: ରୋଷେଇ ଘରକୁ ସ୍ଥାନାନ୍ତର ହେଲା ଦେବୀଙ୍କ ମୂର୍ତ୍ତି
- ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ

Comments are closed.