Latest Odisha News

BREAKING NEWS

ଆଇରନ ଡୋମ୍ ନିର୍ମାଣ ପାଇଁ ଟ୍ରମ୍ପଙ୍କ ପ୍ଲାନିଂ

ୱାଶିଂଟନ: ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଅନେକ ନିର୍ଦ୍ଦେଶ ଜାରି କରୁଛନ୍ତି।

ଏହାରି ମଧ୍ଯରେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାରେ ଆଇରନ ଡୋମ୍ ସିଷ୍ଟମ ଭଳି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ପରବର୍ତ୍ତୀ ପିଢ଼ିର ପ୍ରତିରକ୍ଷା କବଚ ଆମେରିକାକୁ ବାଲିଷ୍ଟିକ୍, ହାଇପରସୋନିକ୍, ଆଡଭାନ୍ସ କ୍ରୁଜ୍ ମିସାଇଲ ଏବଂ ଆକାଶ ମାର୍ଗରୁ ଆକ୍ରମଣରୁ ରକ୍ଷା କରିବ।

ନବନିଯୁକ୍ତ ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଇସ୍ରାଏଲ ପାଖରେ ଆଇରନ୍ ଡୋମ୍ ଅଛି। ସେମାନଙ୍କ ପାଖରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଅଛି।

ଇସ୍ରାଏଲ୍ ପାଖରେ ଆଇରନ୍ ଡୋମ୍ ରହିଛି। ତାହେଲେ ଆମେ ଆମ ଦେଶ ପାଇଁ ସେଭଳି ନିର୍ମାଣ କରିବୁ ଏବଂ ସୁନିଶ୍ଚିତ କରିବୁ ଯେ କେହି ଆମ ଦେଶ ଆଡ଼କୁ ଆଖି ଉଠାଇ ଆମ ଲୋକଙ୍କୁ କ୍ଷତି ପହଞ୍ଚାଇ ପାରିବେ ନାହିଁ।

Comments are closed.