Latest Odisha News

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର, ୨ମୃତ, ୧୨ ଆହତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଚର । ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଉଛନ୍ତି ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର ଜଗନ୍ନାଥ ଭୂୟାଁ ଓ ଡେରା ଶବର ।

ସୂଚନା ଅନୁସାରେ, ବିଜେପିର ଚିକିଟି ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ଟ୍ରାକ୍ଟରରେ ଅସୁରକ୍ଷିତ ଅବସ୍ଥାରେ ବୁହା ହୋଇ ଆସୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାଟି ଆନ୍ଧ୍ର ପ୍ରଦେଶର କାଞ୍ଚିଲି ଅଞ୍ଚଳରେ ଘଟିଥିବା ଜଣାପଡ଼ିବା ପରେ ସେଠାକାର ପୋଲିସ ଏହାର ତଦନ୍ତ କରୁଛି ।

Leave A Reply

Your email address will not be published.