Latest Odisha News

BREAKING NEWS

ବିଜେଡିରେ ଏକନାଥ ସିନ୍ଦେ !

ଭୁବନେଶ୍ବର : ଓଡିଶାରେ ହେବ କି ଅପରେସନ୍ ଲୋଟସ୍‌! ବିଜେଡି ଭାଙ୍ଗିବାକୁ ଚାଲ୍ କରୁଛି କି ବିଜେପି! ସଂଖ୍ୟା ନମିଳିଲେ ବି ମହାରାଷ୍ଟ୍ର ଭଳି ସରକାର ଗଢିବ କି ବିଜେପି ! ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ଦିନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ ହୁଲସ୍ତୁଲ ରାଜ୍ୟ ରାଜନୀତି । ପାଣ୍ଡିଆନଙ୍କ ବୟାନ ପରେ ପରେ ତେରେଛା ବାଣ ମାରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ବିଜେଡିରେ ଅନେକ ଏକନାଥ ସିନ୍ଦେ ଅଛନ୍ତି କହି ଚର୍ଚ୍ଚା ବଢାଇଛନ୍ତି ସମୀର ।

ବିଜେଡି ଭାଙ୍ଗିଦେବ ବିଜେପି !
ରାଜ୍ୟରେ ବିଜେପି ୫୦ରୁ ୬୦ଟି ସିଟ୍ ଜିତିବାକୁ ଫୋକସ୍ କରୁଛି । ସେତିକି ଜିତିଲେ ବିଜେଡିକୁ ଭାଙ୍ଗି ରାଜ୍ୟରେ ସରକାର କରିବ ବିଜେପି ।  ବିଜେଡିର ନମ୍ବର ଟୁ ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । ନିର୍ବାଚନର ଦିନ କେଇଟା ପୂର୍ବରୁ କାହିଁକି ଏଭଳି ଆଶଙ୍କା କରିଛନ୍ତି ପାଣ୍ଡିଆନ । ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିଛି ଦଳ । ଆଗାମୀ ନିର୍ବାଚନରେ ଶହେରୁ ଅଧିକ ସିଟ୍ ଜିତିବାକୁ ଆକଳନ କରୁଛିା ନବୀନ ପୁଣି କ୍ଷମତା ଦଖଲ କରି ରେକର୍ଡ କରିବେ ବୋଲି ଦମ୍ଭ ଦେଖାଉଥିବା ବିଜେଡିର ଏଭଳି ଆଶଙ୍କା କାହିଁକି ?

ଆଶଙ୍କା ପଛରେ ହାରିବା ଭୟ !
ବ୍ରହ୍ମପୁରରେ ଜୁନ୍ ୧୦ତାରିଖରେ ବିଜେପି ସରକାର ରାଜ୍ୟରେ ଶପଥ ନେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ କେନ୍ଦ୍ରୀୟ ନେତା ବି ଏହି କଥାକୁ ଦୋହରାଉଛନ୍ତି । ତେଣୁ ରାଜ୍ୟରେ ଅପରେସନ୍ ଲୋଟସ ନେଇ ଆଶଙ୍କାରେ ରହିଛି କି ବିଜେଡି ? ଦଳର ସିଟ୍ କମିବା ନେଇ ଆଶଙ୍କା କରୁଛନ୍ତି କି ଭିକେ ପାଣ୍ଡିଆନ ? କାହିଁକି ନିଜ ଦଳର ନେତାଙ୍କ ଉପରେ ନାହିଁ ପାଣ୍ଡିଆନଙ୍କ ଭରସା ? ଚବିଶ ନିର୍ବାଚନରେ ବିଜୟ ପାଇଁ କନଫିଡେଣ୍ଟନୁହେଁ କି ବିଜେଡି ? ବିଜେଡିକୁ ବିଜେପି ଭାଙ୍ଗିପାରେ ବୋଲି କାହିଁକି ଆଶଙ୍କା କରୁଛନ୍ତି ?

ବିଜେଡିରେ ଅଛନ୍ତି ଏକନାଥ ସିନ୍ଦେ !
ପାଣ୍ଡିଆନଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିବା ପରେ ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତିା ବିଜେଡିରେ ସମସ୍ତେ କ୍ରୀତଦାସ ନୁହନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି । ସେମାନେ ବିଜେପି ସହ ସଂପର୍କରେ ରହିଛନ୍ତି । ଗୋଡ ତଳୁ ମାଟି ଖସୁଥିବା ବିଜେଡି ଜାଣିଗଲାଣି କହି ପାଣ୍ଡିଆନଙ୍କୁ କାଉଣ୍ଟର କରିଛନ୍ତି ସମୀର ।

ମତଦାନ ପୂର୍ବରୁ ହିଁ ଗଣମାଧ୍ୟମକୁ ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ମହାରାଷ୍ଟ୍ର ପରି ଓଡିଶାରେ ବିଜେପି ଅପରେସନ୍ ଲୋଟସ ଦ୍ୱାରା ସରକାର ଗଢିବ ବୋଲି ସନ୍ଦେହ କରୁଛନ୍ତି କି ପାଣ୍ଡିଆନ ? ଯଦି ହଁ, ତେବେ କାହିଁକି ? ବିଜେଡି ନେତାଙ୍କ ଉପରେ କନଫିଡେଣ୍ଟ ନାହାନ୍ତି କି ? କେଉଁ ନେତାମାନେ ଆବଶ୍ୟକସ୍ଥଳେ ବିଜେପି ଆଡକୁ ଯିବେ ବୋଲି ସନ୍ଦେହ କରୁଛନ୍ତି ? ବିଜେଡି ନେତୃତ୍ୱ ପ୍ରତି ଗ୍ରହଣୀୟତା କମିଛି କି ? ଗତଥର ମାତ୍ର ୨୩ଟି ସିଟ୍ ଜିତିଥିବା ବିଜେପି ଏଥର ୫୦ରୁ ୬୦ ସିଟ୍ ଜିତିବ ବୋଲି ପରୋକ୍ଷରେ ଭାବୁଛନ୍ତି କି ପାଣ୍ଡିଆନ?

Leave A Reply

Your email address will not be published.