Latest Odisha News

BREAKING NEWS

ଲୋକସଭାରେ ବୃଦ୍ଧି ପାଉଛି ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଏବେ ନିର୍ବାଚନ ହେଉଛି । ଗଣତନ୍ତ୍ରର ଏହି ମହାକୁମ୍ଭରେ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସ୍ୱାଧୀନ ହେବା ପରଠାରୁ ଦେଶରେ ସାଂସଦଙ୍କ ଆଭରେଜ ବୟସ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ମୁତାବକ ୧୭ତମ ଲୋକସଭାରେ ସାଂସଦଙ୍କ ଆଭରେଜ ବୟସ ୫୫.୫ ରହିଛି । ଯାହା କି ସର୍ବାଧିକ । ଅନ୍ୟ ଅର୍ଥରେ ଦେଶରେ ବୟୋଜ୍ୟେଷ୍ଠ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରଥମ ଲୋକସଭା ନିର୍ବାଚନରେ ଏହା ୪୬.୫ ଥିଲା । ଏହା ପରେ ୪୬.୭ ଓ ୪୯.୪ ହୋଇଥିଲା । ୧୯୫୨ରେ ସର୍ବାଧିକ ଯୁବ ସାଂସଦ ଥିଲେ । ସେ ସମୟରେ ୫୧ରୁ ୫୫ ବର୍ଷ ମଧ୍ୟରେ ୯୩ ସାଂସଦ ଥିଲେ । ୭୧ ବର୍ଷରୁ ଊର୍ଦ୍ଧ୍ୱ କେବଳ ଜଣେ ସାଂସଦ ଥିଲେ । ୧୬ତମ ଲୋକସଭାରେ ୪୦ ବର୍ଷରୁ କମ ସାଂସଦ ୮ ପ୍ରତିଶତ ଥିଲ । ଏବେ ଏହା ୧୨ ପ୍ରତିଶତକୁ ବୃଦ୍ଧି ପାଇଛି ।

୧୭ତମ ଲୋକସଭା ୨୦୧୯ରେ ହୋଇଥିଲା । ଏଥିରେ ୩୯୭ ସାଂସଦ ରାଷ୍ଟ୍ରୀୟ ପାର୍ଟି ଜିତି ଲୋକସଭାରେ ପଂହଚିଥିଲେ । ଏଥିରେ କଂଗ୍ରେସର ୫୨ ସାଂସଦ ଥିଲେ । ବର୍ତମାନ ଲୋକସଭା ସାଂସଦଙ୍କ ଆୟୁର ଆଭରେଜ ୫୫.୫ ରହିଛି । ୧୯୯୮ର ୧୨ତମ ଲୋକସଭା ସାଂସଦଙ୍କ ଆଭରେଜ ବୟସ ସବୁଠାରୁ କମ ୪୬.୪ ରହିଥିଲା । ଏଥିରେ ଏଲ.ଆଡଭାନୀ(୮୬ ବର୍ଷ) ସବୁଠାରୁ ବୟସ୍କ ସାଂସଦ ଥିଲେ । ୨୦୨୪ ନିର୍ବାଚନରେ ୨.୬୩ କୋଟି ନୂଆ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ । ଦେଶରେ ଏବେ ମତଦାତାଙ୍କ ସଂଖ୍ୟା ୯୬.୮୮ କୋଟିରେ ପଂହଚି ସାରିଛି ।

Leave A Reply

Your email address will not be published.