Latest Odisha News

BREAKING NEWS

ଝରିଗାଁରେ ଝଲସିବ କାହାର ଭାଗ୍ୟ ?

ଭୁବନେଶ୍ବର: ନବରଙ୍ଗପୁର ଝରିଗାଁ ବିଧାନସଭା ଆସନରେ ଗତ ତିନିଟି ନିର୍ବାଚନରେ ଜିତିଆସୁଛି ବିଜେଡି । ୨୦୦୯ ଓ ୨୦୧୪ ନିର୍ବାଚନରେ ଝରିଗାଁରୁ ଜିତିଥିଲେ ରମେଶ ମାଝୀ । ୨୦୧୯ରେ ଭାଇ ପ୍ରକାଶ ମାଝୀଙ୍କ ପାଇଁ ସିଟ୍ ଛାଡି ଦେଇଥିଲେ ରମେଶ । ପ୍ରକାଶ ମଧ୍ୟ ୩୧ହଜାର ୩୭୦ ଭୋଟରେ କଂଗ୍ରେସର ଉଲଧର ମାଝୀଙ୍କୁ ହରାଇ ବିଧାୟକ ହୋଇଥିଲେ। ଏଥର ପୁଣି ରମେଶ ମାଝୀଙ୍କ ଉପରେ ବେଟ୍ ଲଗାଇଛି ବିଜେଡି ।

ଝରିଗାଁରେ ପ୍ରତ୍ୟେକ ନିର୍ବାଚନରେ ବିଜେଡିକୁ ଟକ୍କର ଦେଇ ଆସୁଛି କଂଗ୍ରେସ । ୨୦୧୪ରେ ବି ଉଲଧର ମାଝୀଙ୍କୁ ୧୧ହଜାର ଭୋଟରେ ରମେଶଙ୍କଠାରୁ ପରାଜିତ ହୋଇଥିଲେ । ଏଥର ପ୍ରାର୍ଥୀ ବଦଳାଇ କଂଗ୍ରେସ ଖେଳିଛି ମହିଳା କାର୍ଡ । ଜାତୀୟ କଂଗ୍ରେସ ଆଦିବାସୀ ସେଲର ଯୁଗ୍ମ ସଂଯୋଜିକା ଥିବା ହାରାବତୀ ଗଣ୍ଡଙ୍କୁ ଟିକେଟ୍ ଦେଇଛି ଦଳ ।

ମୁକାବିଲାରେ ତିନି ନମ୍ବରରେ ରହୁଥିବା ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ଭତ୍ରା । ୨୦୧୯ରେ ଶିକ୍ଷକତା ଛାଡି ବିଜେପିରେ ସାମିଲ ହୋଇଥିଲେ ନରସିଂହ । ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ପଦରେ ଲଢି ହାରିଥିଲେ। ତେବେ ତାପରଠୁ ସେ ତୃଣମୂଳସ୍ତରରେ ସଂଗଠନ ସଜାଡୁଛନ୍ତି । ୨୦୧୯ରେ ମଧ୍ୟ ସେ ଝରିଗାଁରୁ ବିଜେପି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ତେବେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଦଳ ଟିକେଟ ଦେବାରୁ ସେ ବାଦ ପଡିଥିଲେ । ଏଥର ବିଜେପି ତାଙ୍କ ଉପରେ ଭରସା କରି ଟିକେଟ ଦେଇଛି ।

Leave A Reply

Your email address will not be published.