Latest Odisha News

BREAKING NEWS

ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସକୁୁ ଚାପୁଡ଼ା ମାରିଲେ ବିଧାୟକ

ମୁମ୍ବାଇ: ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସକୁୁ ଚାପୁଡ଼ା ମାରିଲେ ବିଧାୟକ । ଆଉ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଚାପୁଡ଼ା ନୁହେଁ ବରଂ ଠେଲିଦେଇଥିବାର ସଫେଇ ଦେଇଛନ୍ତି ବିଧାୟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।

ମହାରାଷ୍ଟ୍ରରେ ବିଜେପି ବିଧାୟକ ସୁନୀଲ କାମ୍ବଲେ ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଛନ୍ତି । ପୁଣେର ଏକ ଡାକ୍ତରଖାନାରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ସେ ଏପରି କରିଛନ୍ତି । ଏହି ଘଟଣା ସମୟରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର କାର‌୍ୟ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରେ ସୁନୀଲ କାମ୍ବଲେ ମଞ୍ଚରୁ ଓହ୍ଲାଇ ଆସୁଥିବାବେଳେ ଜଣେ ପୋଲିସ କର୍ମୀଙ୍କ ସହ ଧକ୍କା ହୋଇଯାଇଥିଲେ । ଏଥିରେ ରାଗିଯାଇ ସୁନୀଲ ସେଠାରେ ଠିଆ ହୋଇଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ ।

ତେବେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ବିଜେପି ବିଧାୟକ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଚାପୁଡ଼ା ମାରି ନ ଥିଲେ, କେବଳ ଠେଲି ଦେଇଥିଲେ । ମୁଁ କାର୍ଯ୍ୟକ୍ରମରୁ ବାହାରି ଆସିଥିଲି । ମୁଁ ଜଳଖିଆ ମଧ୍ୟ ଖାଇ ନ ଥିଲି । ମୁଁ ମୋର ଔଷଧ ଖାଇବାକୁ ଚାହୁଁଥିଲି ତେଣୁ ମୁଁ ଶୀଘ୍ର ବାହାରକୁ ଆସୁଥିଲି । ମୁଁ ଜାଣେ ନାହିଁ କ’ଣ ହେଲା । ମୁଁ କାହାକୁ ଚାପୁଡ଼ା ମାରି ନାହିଁ । ସେହି ବ୍ୟକ୍ତି କିଏ, ମୁଁ ତାଙ୍କୁ ଜାଣି ନଥିଲି ।

Leave A Reply

Your email address will not be published.