Latest Odisha News

BREAKING NEWS

ଶାସକ ବିଜେଡି ନାଁରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ନାଁରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର କରିବା ପାଇଁ ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାର ହୀନ ଉଦ୍ୟମ ଜାରି ରଖିଛି ।ମିଛ ପ୍ରତିଶ୍ରୁତି ଠାରୁ ଆରମ୍ଭ କରି ମଦ ଓ ଟଙ୍କା ବଣ୍ଟନ ଜରିଆରେ ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଭୋଟରମାନଙ୍କୁ ପ୍ରଭାବିତ କରିବାର ପ୍ରୟାସ କରୁଛନ୍ତି ।

ଏହି ସମସ୍ତ ପ୍ରସଙ୍ଗରେ କିଛି ସରକାରୀ କର୍ମଚାରୀ ମାନେ ଶାସକ ଦଳ ସପକ୍ଷରେ ପ୍ରଚାର କରିବା ପାଇଁ ସୁରକ୍ଷା ପ୍ରଦାନ କରୁଛନ୍ତି ।ଧରା ନପଡିଲେ ଭଲ , ଧରା ପଡିଲେ ସରକାରୀ ବାବୁମାନେ ସୁରକ୍ଷା ଦେବାପାଇଁ ଅଛନ୍ତି ।ଏହି ଧାରାରେ ଶାସକ ବିଜେଡର କର୍ମୀମାନେ ସମସ୍ତ ପ୍ରକାର ବେଆଇନ ଓ ଅଗଣତାନ୍ତ୍ରୀକ କାର୍ଯ୍ୟ କରି ଆସୁଛନ୍ତି ।

ଗତକାଲିର ୩ ଟି ଘଟଣା ଶାସକ ବିଜେରଡିର ଚେହେରା ପଦାରେ ପକାଇ ଦେଇଛି । ଡାବୁଗାଁ ବିଧାୟକ ଶ୍ରୀ ମନୋହର ଗାନ୍ଧାରୀଙ୍କ ଦ୍ୱାରା ଆଚରଣ ବିଦ୍ଧିକୁ ଉଲ୍ଲଙ୍ଘନ କରି ପୁରୁଷ ଭୋଟରଙ୍କୁ ଗାମୁଛା ଏବଂ ମହିଳା ଭୋଟରଙ୍କୁ ଶାଢୀ ଆଦି ବଣ୍ଟନ ସମୟରେ ସ୍ଥାନୀୟ ଲୋକମାନେ ପ୍ରବଳ ବିରୋଧ କରିବାରୁ ବାଧ୍ୟବାଧ୍ୟକଡା ସହ ଗାଡିକୁ ପୋଲିସ ଦ୍ୱାରା ଜବତ କରିବା ଓ ପରବର୍ତ୍ତୀ ସମୟରେ ଚଂଚକତା କରି ଗାଡିକୁ ଛାଡିଦେବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ।ବୋଲି ରାଜ୍ୟ ମୁଖ୍ୟପାତ୍ର ଶ୍ରୀ ଠାକୁର ରଣଜୀତ ଦାସ କହିଛନ୍ତି ।

ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଆହ୍ୱାନ କେବଳ ଫମ୍ପା ଆବାଜା ଏହି ଫମ୍ପା ଆବାଜକୁ ଆହୁରୀ ଶାଣିତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ୬୨ ଅଧିନରେ କାଳନପଦର ଗ୍ରାମପଞ୍ଚାୟତ ମାଟିଆବରୀ ଗାଁର ଥିବା ପଫ୍ ହାଉସରେ ଶାସକ ବିଜେଡି ଦ୍ୱାରା ପ୍ରବଳ ମାତ୍ରାରେ ମଦ ଗଚ୍ଛିତ ରଖାଯାଇଥିଲା । ଏହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଓ ବିଡିଓ ପୋଲିସ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।

ମିଛ ରାସକ କାର୍ଡ ମିଛ ବାର୍ଦ୍ଦକ୍ୟ ଭତ୍ତା କାର୍ଡ ସହ ଟଙ୍କା ବଣ୍ଟନ କରି ଶାସକ ବିଜେଡି ନେତା ଓ କର୍ମୀମାନେ ଭୋଟଙ୍କୁ ପ୍ରଭାବତି କରିବା ଦଣ୍ଡନୀୟ ଅପରାଧ । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରେ ଗଂଜାମର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ବହୁ ସ୍ଥାନରେ ଏଭଳି ଦଣ୍ଡନୟୀ କାର୍ଯ୍ୟ ଶାସକ ବିଜେଡିର କାର୍ଯ୍ୟକର୍ତ୍ତା ମାନେ କରୁଛନ୍ତି । ମାତ୍ର ନିର୍ବାଚନ ଦାୟିତ୍ୱରେ ଥିବା ପୋଲିସ ନିରବ ଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟ ଜନକ ।

ରାଜ୍ୟ ନିର୍ବାଚନ କମିଶନ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଦାସ ଦାବି କରିଛନ୍ତି । ବିଜେପିର ଏହି ପ୍ରତିନିଧି ଦଳରେ ଅନ୍ୟତମ ରାଜ୍ୟ ମୁଖପାତ୍ର ଶ୍ରୀମତି ସୋନାଲି ସାହୁଙ୍କ ସମେତ ରବିଶଙ୍କର ପଟ୍ଟନାୟକ , ଜୟନ୍ତ ଜେନା , ସୁଜିତ କୁମାର ଦାସ ଏବଂ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Comments are closed, but trackbacks and pingbacks are open.