Latest Odisha News

BREAKING NEWS

ଛକା ରୋକିବାକୁ ଯାଇ ଆହତ ହେଲେ ସ୍ମିଥ, ସିରିଜରୁ ଓହରିଲେ

ସିଡନୀ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ଅବସରରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସିଡନୀରେ ଦ୍ୱିତୀୟ ଟି୨୦ ଅବସରରେ ଶ୍ରୀଲଙ୍କାର ମହୀଶ ଦୀକ୍ଷଣା ଅନ୍ତିମ ଓଭରରେ ଏକ ବଡ ଶଟ ଖେଳିଥିଲେ । ସ୍ମିଥ ଛକାକୁ ରୋକିବା ପାଇଁ ଡ୍ରାଇଭ ମାରିଥିଲେ । ଏହି ଅବସରରେ ତାଙ୍କ ମୁଣ୍ଡ ତଳେ ମାଡ ହୋଇ ଯାଇଥିଲା । ସ୍ମିଥଙ୍କୁ ନିକଟକୁ ପ୍ୟାଟ କୁମିନ୍ସ ଓ ଗ୍ଲେନ ମ୍ୟାକ୍ସୱେଲ ଦୌଡିଥିଲେ । ଏହା ପରେ ତାଙ୍କୁ ଧରି ପଡିଆ ବାହାରକୁ ନିଆ ଯାଇଥିଲା ।

ସ୍କାନ ପରେ ତାଙ୍କ ଆଘାତ ସମସ୍ୟା ଗୁରୁତର ନୁହେଁ ବୋଲି ଜଣାପଡିଛି । ତେବେ ସେ ୫ ମ୍ୟାଚ ବିଶିଷ୍ଟ ସିରିଜର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ପାକିସ୍ତାନ ଗସ୍ତ ପୂର୍ବରୁ ସେ ଠିକ ହେବେ କି ନାହିଁ ତାହା ସନ୍ଦେହ ରହିଛି ।

Comments are closed, but trackbacks and pingbacks are open.