Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପ୍ରେମ ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’। ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ।

ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ସପ୍ତାହର ବିଭିନ୍ନ ଦିନ ପାଳନ କରାଯାଏ । ଆଜି ଏହି ପ୍ରେମ ସପ୍ତାହର ଶେଷ ଦିନ ଅର୍ଥାତ ଭାଲେଣ୍ଟାଇନ୍ସ ଡେ ।  ତେବେ ଏହି ପ୍ରେମ ଦିବସ କେବେ ଓ କାହିଁକି ପାଳନ କରାଯାଏ ସେ ନେଇ ରହିଛି ଅନେକ କଥା।

ଫେବ୍ରୁଆରୀ ୧୪ ହେଉଛି କ୍ୟାଥୋଲିକ ସନ୍ଥ ଭାଲେଣ୍ଟାଇନଙ୍କର ସହିଦ୍ ଦିବସ । ସମୟ କ୍ରମେ ଏହା ଭାଲେଣ୍ଟାଇନ୍ସ ଡେ ଭାବରେ ପାଳିତ ହେଉଛି। ସନ୍ଥ ଭାଲେଣ୍ଟାଇନ ତୃତୀୟ ଶତାବ୍ଦୀର ବୋଲି କୁହାଯାଏ । ସେହି ସମୟରେ ରୋମାନରେ କ୍ଲାଉଡିୟସ୍‌ ଦ୍ୱିତୀୟ ନାମକ ରାଜା ଶାସନ କରୁଥିଲେ । ସେ ପ୍ରେମ ଓ ବିବାହକୁ ପସନ୍ଦ କରୁନଥିଲେ।

ସେହି ରାଜ୍ୟରେ ଭାଲେଣ୍ଟାଇନ ନାମକ ସନ୍ଥ ରହୁଥିଲେ ।     ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବାକୁ ପ୍ରେରିତ କରୁଥିଲେ। ରାଜାଙ୍କୁ ମଧ୍ୟ ସେ ଖ୍ରୀଷ୍ଟିଆନ୍‌ ଧର୍ମ ଛାଡି ରୋମାନ ଧର୍ମ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ରାଜା ଏହାକୁ ଅସ୍ୱୀକାର କରିବା ସହ ସନ୍ଥଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।

ଯେଉଁଦିନ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା ସେଦିନ ଥିଲା ଫେବ୍ରୁଆରୀ ୧୪ ତାରିଖ। ଏଣୁ ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ପ୍ରତିବର୍ଷ ଫେବ୍ରୁଆରୀ ୧୪ ତାରିଖକୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି।

Comments are closed, but trackbacks and pingbacks are open.