Latest Odisha News

BREAKING NEWS

ଖଣି ଦୁର୍ନୀତି ପ୍ରସଙ୍ଗରେ ପୁଣି ବର୍ଷିଲେ ଅପରାଜିତା: କହିଲେ, ହାଇଗ୍ରେଡ ମାଙ୍ଗାନିଜକୁ ଲୋ ଗ୍ରେଡ୍ କରି କୋଟି କୋଟି ଲୁଟ କରାଯାଉଛି

  ଭୁବନେଶ୍ୱର:ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ଖଣି ପରିଚାଳନାରେ   ବଡ ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ । ରାଜ୍ୟ ସରକାରଙ୍କ ଜାଣତରେ ଏସବୁ ଦୁର୍ନୀ୍ତି ହେଉଛି  ।  ଉତ୍ପାଦନ ହେଉଥିବା ଭଲ ଲୁଡା, ମାଙ୍ଗାନିଜ ଏବଂ କ୍ରୋମକୁ ନିମ୍ନମାନର ଦର୍ଶାଇ ବ୍ୟାପକ ଟଙ୍କା ହେରଫେର ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ।

ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ  ଏକ ସାମ୍ବାଦିକ ସମ୍ମିଳନୀ କରି ସାସଂଦ କହିଥିଲେ, ଓଡିଶାରେ ଖଣି ଖାଦାନ ଭର୍ତ୍ତି ହୋଇଛି  । କିନ୍ତୁ ଏଥିରେ ଏତେ ଦୁର୍ନୀତି ଚାଲିଛି ଯେ, ଏହି ଖଣିରୁ  ଓଡିଶା କିଛି ଲାଭ ପାଇ ପାରୁନି । ଏ ନେଇ କେନ୍ଦ୍ର ସରକାର ଏକ ଚିଠି ରାଜ୍ୟ ସରକାରଙ୍କୁ ଲେଖି ରାଜ୍ୟରେ ହେଉଥିବା ମାଙ୍ଗାନିଜ ଖଣି ଦୁର୍ନୀତି ସମ୍ପର୍କରେ କହିଥିଲେ ।

ସାଂସଦ କହିଥିଲେ,  ଉକ୍ତ ଚିଠିରେ ୫ଟି ଖଣିର ନାଁ ଉଲ୍ଲେଖ କରାଯାଇଥିଲେ ହେଁ ସମସ୍ତ ଖଣିରେ ଏପରି ଭ୍ରଷ୍ଟାଚାର ହେଉଛି । ମାଙ୍ଗାନିଜ ଖଣି କ୍ଷେତ୍ରରେ ଆଭରେଜ ପ୍ରାଇସ୍ ସେଲ ଦେଖାଇ ହାଇଗ୍ରେଡକୁ ଲୋ ଗ୍ରେଡ୍ କରି ବିକ୍ରି କରି ଦିଆଯାଉଛି । ଏସବୁ କ୍ଷେତ୍ରରେ ଦୁର୍ନୀତି ରୋକିବାକୁ କେନ୍ଦ୍ର ସରକାର ତିନି ଥର ଚିଠି ଲେଖିବା ପରେ ମଧ୍ୟରେ ରାଜ୍ୟ ସରକାର କୌଣସି ଏସଓପି ଜାରି କରିନାହାଁନ୍ତି ।

ସାଂସଦ କହିଥିଲେ, ନଭେମ୍ବର 2010ରେ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟାପକ ଖଣି ଦୁର୍ନୀତିର ତର୍ଜମା କରିବା ପାଇଁ‘ଶାହା କମିଶନ’ ଗଠିତ ହୋଇଥିଲା l ‘ଶାହାକମିଶନ’ଓଡ଼ିଶାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଅନିୟମିତତା ବିଷୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ହେଲେ ସରକାର  ଏହି ରିପୋର୍ଟକୁ ସମ୍ପୂର୍ଣ ଅଣଦେଖା କରିଥିଲେ l

ଏହି ରିପୋର୍ଟ ଅନୁସାରେ,  ଓଡିଶାରେ ହୋଇଥିବା ଖଣି ଦୁର୍ନୀତିର ପରିମାଣହେଉଛି ୫୯,୦୦୦ କୋଟି ଟଙ୍କା l ଶାହା କମିସନଙ୍କ ଏହି ରିପୋର୍ଟ ପରେ ଏହି ବିଷୟ ନେଇ ରାଜ୍ୟ ସରକାରଙ୍କ ଠାରୁ ଦୁର୍ନୀତି ନିବାରଣ ପାଇଁ ଗଠନ ମୂଳକ ପଦକ୍ଷେପ ଆଶା କରାଯାଇଥିଲା । । କିନ୍ତୁ ରାଜ୍ୟ ସରକାର  ଏ ନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି।

ସାଂସଦ ଅଭିଯୋଗ କରିଥିଲେ,  ରାଜ୍ୟ ସରକାର ଏବଂ ପ୍ରାଇଭେଟ ଲିଜଧାରୀ ଖଣିମାଲିକମାନଙ୍କ ମଧ୍ୟରେ ଥିବା ଅନୈତିକ ବୁଝାମଣା ଦ୍ୱାରା ରାଜ୍ୟରେ ଖଣିଗୁଡିକରେ ବ୍ୟାପକ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ହେବା ସହ ରାଜ୍ୟ ରାଜକୋଷାଗାର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି l

ରାଜ୍ୟ ସରକାର ଘରୋଇ ଖଣି ମାଲିକମାନଙ୍କ ଉପରେ ଚାପ ପ୍ରୟୋଗ କରି ନିଦ୍ଧିଷ୍ଟ ଖଣି ଉର୍ଣ୍ଣୟନ ଏବଂ ପରିଚାଳନା ନିୟମ (Mine Developer- Cum- Operator ) କିମ୍ବା  ନିର୍ଦ୍ଦିଷ୍ଟ ଷ୍ଟଠିକାଦାର ଏବଂ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିର କରି ଉତ୍ପାଦ ଦ୍ରବ୍ୟ କମ୍ ମୂଲ୍ୟରେ ପରିବହନ ପାଇଁ ସତନ୍ତ୍ର ଏବଂ ମନମୁଖୀ ନିୟମନିର୍ଦ୍ଧାରଣକରିଛନ୍ତି  । ଏପରି କରି ହଜାର ହଜାର କୋଟି ଟଙ୍କା ହରିଲୁଟ କରାଯାଉଛି ।

Indian Bureau of Mines (IBM) ଅନୁସନ୍ଧାନରୁ ଜାଣିପାରିଛନ୍ତି କି, ଉତ୍ପାଦିତ ଖଣିଜର ଆନୁପାତିକ କ୍ରମରେ ଅଧିକ ମାନର ଖଣିଜ ଧାତୁକୁ ନିମ୍ନମାନର ଦର୍ଶାଇ ଲିଜ୍ ଧାରୀମାନେ ASP କମ୍ ଦେଇଥାନ୍ତି ।            ନିଲାମ ହୋଇଥିବା ଖଣିମାନଙ୍କରୁ ଉତ୍ପାଦିତ ଖଣିଜକୁ ନିମ୍ନମାନର ଦର୍ଶାଇବା ଦ୍ଵାରା ହଜାର ହଜାର କୋଟି ଟଙ୍କାର ରାଜକୋଷର କ୍ଷତି ହେଉଛି ।  ଏହି କାର୍ଯ୍ୟ ରାଜ୍ୟ ସରକାର ତଥା ଲିଜ୍ ଧାରୀ ମାନଙ୍କର ଉଦ୍ଦେଶ୍ୟମୂଳକ ଅନୈତିକ ବୁଝାମଣା ମାଧ୍ୟମରେ ଘଟିଥାଏ ବୋଲି ସାସଂଦ ଅପରାଜିତା ଷଡଙ୍ଗୀ କହିଥିଲେ ।

Leave A Reply

Your email address will not be published.